Below header

ପୁଣି ଘୁଞ୍ଚିଲା ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

କେନ୍ୟୁଜ୍: ପୁଣି ଘୁଞ୍ଚିଲା ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଆସନ୍ତା ଅଗଷ୍ଟ ତିନି ତାରିଖରେ ଶୁଣାଣି ହେବ । ଅକ୍ଟୋବର ୧୯ ସୁଦ୍ଧା ସବୁ କାଗଜପତ୍ର ଦାଖଲ ପାଇଁ ଓଡ଼ିଶା ଏବଂ ଛତିଶଗଡ଼କୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଆଜି ଜଷ୍ଟିସ୍‌ ଏ.ଏମ୍‌. ଖାନବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ହୋଇଛି । ପୂର୍ବରୁ ଆପୋସ ଆଲୋଚନା ମାଧ୍ୟମରେ ଜଳ ବିବାଦର ସମାଧାନ ପାଇଁ କହିଥିଲେ ଟ୍ରିବ୍ୟୁନାଲ । ଉଭୟ ରାଜ୍ୟର ଆଡଭୋକେଟ୍‌ ଜେନେରାଲ ସ୍ତରୀୟ ଓ ଜଳ ସମ୍ପଦ ସଚିବ ସ୍ତରୀୟ ବୈଠକ ଫେଲ ମାରିଥିଲା । ପରେ ଗତ ମେ’ ୧୧ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିଲା । ହେଲେ ବାତ୍ୟା ଯୋଗୁ ତୃତୀୟ ମିଳିତ ବୈଠକ ହୋଇପାରିନଥିଲା । ଏଥିପାଇଁ ଓଡ଼ିଶା ଓ ଛତିଶଗଡ଼ ୪ ସପ୍ତାହ ସମୟ ମାଗିଥିଲେ । ଛତିଶଗଡ଼ରେ ମହାନଦୀ ପ୍ରକଳ୍ପ ଗୁଡିକର ନିର୍ମାଣ ଉପରେ କାର୍ଯ୍ୟବନ୍ଦ ଆଦେଶ ଜାରି କରିବା ଏବଂ ଅଣମୌସୁମୀ କାଳରେ ହୀରାକୁଦ ଜଳଭଣ୍ଡାରକୁ ୨ ମିଲିୟନ ଏକର ଫୁଟ ଜଳ ପ୍ରବାହ ସୁନିଶ୍ଚିତ କରିବାକୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ସରକାର ଅନ୍ତରୀଣ ଆବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.