ରାଜ୍ୟର ୬ଟି ସହରରେ ବଢିଛି ବାୟୁ ପ୍ରଦୂଷଣ ମାତ୍ରା, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍ ଦେଲା ରିପୋର୍ଟ

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟର ୬ଟି ସହରରେ ବାୟୁ ପ୍ରଦୂଷଣ ମାତ୍ରା ବଢିଛି । ଏନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ରିପୋର୍ଟ ଦେଇଛନ୍ତି । କଟକ, ଭୁବନେଶ୍ୱର, ବାଲେଶ୍ୱର, ଅନୁଗୁଳ, ରାଉରକେଲା, ତାଳଚେର ଆଦି ୬ଟି ସହରରେ ବାୟୁ ପ୍ରଦୂଷଣ ଚିନ୍ତାର କାରଣ ପାଲଟିଛି । ବିଶେଷକରି ସହରରେ ଯାନବାହନ ଚଳାଚଳ ବଢିବା, ଶିଳ୍ପକରଣ ଭଳି ଅନେକ କାରଣରୁ ବାୟୁ ପ୍ରଦୂଷଣ ବଢୁଛି । ଏହାକୁ ରୋକିବା ପାଇଁ ପ୍ରସ୍ତୁତ ଆକ୍ସନ ପ୍ଲାନ ଖୁବଶୀଘ୍ର କାଯ୍ୟର୍କାରୀ କରାଯିବ ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନଗର ଉନ୍ନୟନ ସଚିବ, ଶିଳ୍ପ ସଚିବ, ବିଏମ୍ସି ପରି ବିଭିନ୍ନ ବିଭାଗୀୟ ସଚିବ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.