ରଥଯାତ୍ରାରେ ରାଜ କୁମାରୀଙ୍କ ରାଜା ବେଶ, ଗଞ୍ଜାମ ଧରାକୋଟର ୮ଶହ ବର୍ଷର ରାଜକୀୟ ପରମ୍ପରା

ଗଞ୍ଜାମ(କେନ୍ୟୁଜ୍) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ପ୍ରଥା ଓ ପରମ୍ପରା । ପୁରୀ ଗଜପତି ମହାରାଜ ଶ୍ରୀଜିଉଙ୍କ ପ୍ରଥମ ସେବକ । ରାଜା ଛେରା ପହଁରା କରିବା ପରେ ହିଁ ଗଡେ ରଥ । ଠିକ ସେମିତି ଗଞ୍ଜାମ ଜିଲ୍ଲା ଧରାକୋଟରେ ରହିଛି ୮ଶହ ବର୍ଷର ରାଜକୀୟ ପରମ୍ପରା । ଆଉ ଏହି ପରମ୍ପରାକୁ ଆଗକୁ ବଢାଇ ନେଉଛନ୍ତି ରାଜ କୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ।

rajakumariରାଜ କୁମାରୀଙ୍କ ରାଜା ବେଶ,ରାଜକୀୟ ପୋଷାକ ଓ ହାତରେ ତରବାରୀ । ରଥଯାତ୍ରା ଦିନ ଏଭଳି ବେଶରେ ସଜେଇ ହୋଇଥିଲେ ରାଜକୁମାରୀ ସୁଲକ୍ଷଣା । ପାଛୋଟି ନେବାକୁ ପ୍ରସ୍ତୁତ ପ୍ରଜା ଓ ପାରିଷଦବର୍ଗ । ପୁରା ରାଜକୀୟ ପରମ୍ପରାରେ ରାଜନଅରରୁ ବାହାରି ଆସନ୍ତି ରାଜକୁମାରୀ । ତାମଜାନରେ ବସି ପଟୁଆରରେ ବାହାରନ୍ତି ରଥ ଅଭିମୁଖେ । ଧରାକୋଟରେ କାହିଁ କେଉଁ କାଳରୁ ରହିଛି ଏଭଳି ପ୍ରଥା । ସ୍ଥାନୀୟ ଲୋକେ ବି ଏହାକୁ ଅତି ନିଷ୍ଠାର ସହ ପାଳନ କରୁଛନ୍ତି । ସମସ୍ତଙ୍କ ଭିତରେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ । ବାଜା ବଜାଇ ଶୋଭାଯାତ୍ରାରେ ନିଜ ପ୍ରିୟ ରାଜକୁମାରୀଙ୍କୁ ପାଛୋଟି ନିଅନ୍ତି ତାଙ୍କ ପାରିଷଦବର୍ଗ ।

ganjam rath

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.