Below header

ପିଲା ଚୋରି ଓ ବିକ୍ରି ଅଭିଯୋଗ ୩ ଗିରଫ, ମହିଳାଙ୍କ ହାତରୁ ଛଡାଇ ନେଉଥିଲେ ଶିଶୁକୁ

ମୟୂରଭଞ୍ଜ (କେନ୍ୟୁଜ): ପିଲା ଚୋରି ଓ ବିକ୍ରି ଅଭିଯୋଗରେ ୩ ଗିରଫ। ମହିଳାଙ୍କ ହାତରୁ ନବଜାତ ଶିଶୁକୁ ଛଡାଇନେଇ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଗତ ୨୨ ତାରିଖରେ ଝାରପୋଖରିଆ ଥାନା ଦାନାଦର ଗାଁର ପ୍ରଦୀପ ଦିଗାରଙ୍କ ପତ୍ନୀ ମାଳତୀଙ୍କ ଏକ ମାସର ଶିଶୁ ପୁତ୍ରଙ୍କୁ ସାରସକଣା ବଜାର ଅଞ୍ଚଳରୁ ତପନ ଦଣ୍ଡପାଟ ନାମକ ବ୍ୟକ୍ତି ଛଡାଇନେଇଥିଲେ।

ଏହା ସହିତ ଶିଶୁ ପୁତ୍ରକୁ ସେ ପ୍ରହ୍ଲାଦ ପ୍ରତିହାରୀ ଓ ଲିଜା ପ୍ରତିହାରୀଙ୍କୁ ୧୫୦୦ ଟଙ୍କାରେ ବିକ୍ରି କରିଦେଇଥିଲେ । ଏନେଇ ଝାରପୋଖରିଆ ଥାନାରେ ଅଭିଯୋଗ ପରେ ତପନ ସହ ଶିଶୁ ପୁତ୍ରକୁ କିଣିଥିବା ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ। ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.