Below header

ଆଘାତ ଲାଗିବା ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିଷେକ ବଚ୍ଚନ, ପୁଅକୁ ଦେଖିବାକୁ ଲୀଲାବତୀରେ ପହଞ୍ଚିଲେ ବିଗ୍‌ ବି

ରବିବାର ବିଳମ୍ବିତ ରାତିରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ଝିଅ ଶ୍ୱେତା ନନ୍ଦାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଛି। ବିଗ୍‌ ବିକୁ ହସ୍ପିଟାଲରେ ଦେଖି ଫ୍ୟାନ୍‌ମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ବେଳେ ଏବେ ଏହାର ପ୍ରକୃତ କାରଣ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ପୁଅ ଅଭିଷେକ ବଚ୍ଚନଙ୍କ ହାତ ଭାଙ୍ଗିଯାଇଥିବାରୁ ତାଙ୍କୁ ଦେଖିବାକୁ ବିଗ୍‌ ବି ଝିଅ ସହ ହସ୍ପିଟାଲ ଯାଇଥିଲେ।

ତେବେ ଅଭିଷେକଙ୍କୁ ଏହି ଆଘାତ କେବେ ଓ କେମିତି ଲାଗିଲା ସେ ବିଷୟରେ କିଛି ଜଣାପଡ଼ିନାହିଁ। କିନ୍ତୁ ତାଙ୍କୁ ରବିବାର ହସ୍ପିଟାଲରେ ଆଡମିଟ୍‌ କରାଯାଇଥିଲା। ଅଭିଷେକଙ୍କୁ ଦେଖିବାକୁ ଯିବା ବେଳେ ଅମିତାଭ ଏକ ଧଳା ରଙ୍ଗର ହୁଡି ପିନ୍ଧିଥିଲେ। ଏଥିସହ ମୁହଁରେ ମାସ୍କ ଲଗାଇଥିଲେ।

big b2

ଅନ୍ୟପଟେ କିଛି ଦିନ ତଳେ ମୁମ୍ବାଇ ଏୟାରପୋର୍ଟରେ ଅଭିଷେକଙ୍କୁ ସ୍ପଟ୍‌ କରାଯାଇଥିଲା। ଐଶ୍ୱର୍ଯ୍ୟା ମଣିରତ୍ନମ୍‌ଙ୍କ ଫିଲ୍ମ ‘ପୋନ୍ନିୟମ୍‌ ସେଲବନ୍‌’ର ସୁଟିଂ ପାଇଁ ମଧ୍ୟ ପ୍ରଦେଶ ଯାଇଛନ୍ତି। ଏଣୁ ଅଭିଷେକ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟାଙ୍କୁ ଛାଡ଼ିବାକୁ ଏୟାରପୋର୍ଟ ଯାଇଥିଲେ। ଏହି ସମୟରେ ମଧ୍ୟ ଅଭିଷେକଙ୍କ ଡାହାଣ ହାତରେ ସ୍ଲିଙ୍ଗ୍‌ ଥିବା ଦେଖିବାକୁ ମିଳିଥିଲା। ଏଥିସହ ତାଙ୍କ ଆଙ୍ଗୁଠି ବି ପ୍ଲାଷ୍ଟର ହୋଇଥିଲା। ଏଣୁ ଅଭିଷେକଙ୍କ ହାତରେ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.