Below header

ହିନ୍ଦୁ ଧର୍ମରେ ପ୍ରତ୍ଯେକ ଦେବାଦେବୀଙ୍କ ଅର୍ପଣ କରାଯାଏ ଅଲଗା ଅଲଗା ଫୁଲ, ଜାଣନ୍ତୁ କେଉଁ ଭଗବାନଙ୍କୁ କ’ଣ କରିବେ ଅର୍ପଣ

ହିନ୍ଦୁ ଧର୍ମରେ ପ୍ରତ୍ଯେକ ଶୁଭ କାମ, ପୂଜାପାଠରେ ଫୁଲ ବ୍ଯବହାର କରାଯାଏ। ଆଉ ଏହି ଫୁଲ୍ମ ପ୍ରତ୍ଯେକ ଦେବଦେବୀଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ। ଆଉ ପ୍ରତ୍ଯେକ ଦେବାଦେବୀଙ୍କ ନିଜ ନିଜର ପ୍ରିୟ ଫୁଲ ରହିଥାଏ। ତେଣୁ ସେମାନଙ୍କ ପସନ୍ଦ ମୁତାବକ, ସେମାନଙ୍କୁ ସେହି ସମ୍ବନ୍ଧୀୟ ଫୁଲ ଅର୍ପଣ କରିବା ଉଚିତ। ଏମିତି କରିବା ଦ୍ବାରା ଭଗବାନ ପ୍ରସନ୍ନ ହୁଅନ୍ତି। ତେବେ ଆପଣ ଜାଣିଛନ୍ତି କି, କେଉଁ ଭଗବାନଙ୍କୁ କ’ଣ ଫୁଲ ଚଢାଇବେ।

ଭଗବାନ ଶିବଙ୍କ ଧତୁରା ଫୁଲ, ହରସିଙ୍ଗର, ନାଗକେସର ଧଳା ଫୁଏ କନିଅର, କୁସୁମ, ଅରଖ ଇତ୍ଯାଦି ଫୁଲ ଅର୍ପଣ କରିବା ଉଚିତ। କେବେ ବି ଗୋଲାପ ଫୁଲ କିମ୍ବା ତୁଳସୀ ଶିବଙ୍କୁ ଦେବା ଉଚିତ ନୁହେଁ।

ଭଗବାନ ବିଷ୍ଣୁଙ୍କୁ ପଦ୍ମ, ଜୁହି, କଦମ୍ବ, ଚମେଲି, ଗୋଲାପ, ଅଶୋକ, ମାଳତୀ, ବାସନ୍ତୀ, ଚମ୍ପା ଇତ୍ଯାଦି ଫୁଲ ପ୍ରିୟ।ଏହି ଫୁଲ ଛଡା ତୁଳସୀ ଜଟା ମଧ୍ୟ ଆପଣ ଚଢାଇପାରିବେ।

ଧନ ଦେବୀ ଲକ୍ଷ୍ମୀଙ୍କୁ ସବୁଠାରୁ ବେଶ ପ୍ରିୟ ଫୁଲ ପଦ୍ମ ହୋଇଥାଏ। ଏହାଛଡା ଲାଲ ଫୁଲ କିମ୍ବା ନାଲି ଗୋଲାପ ମଧ୍ୟ ପସନ୍ଦ ରହିଥାଏ।

ଗଣେଶଙ୍କର ସବୁ ଫୁଲ ବେଶ ପ୍ରିୟ ହୋଇଥାଏ, ସେହିପରି ସୂର୍ଯ୍ଯଦେବଙ୍କୁ ପିଜା କରିବା ସମୟରେ କନିଅର, ପଦ୍ମ, ଚମ୍ପା, ପଲାସ, ଅରଖ, ଅଶୋକ ଫୁଲ ଅର୍ପଣ କରିପାରିବେ।

ଭଗବାନ କ୍ରିଷ୍ଣାଙ୍କୁ କୁମୁଦ, ଚଣକ, ମାଳତୀ ପଲାସ ଏବଂ ବନମାଲା ଫୁଲ ଚଢାଇପାରିବେ।

ସେହିପରି ଦୁର୍ଗାଙ୍କୁ ନାଲି ଗୋଲାପ, ନାଲି ମନ୍ଦାର ଅର୍ପଣ କରିପାରିବେ। ସେହିପରି ଦେବୀ ସରସ୍ବତୀଙ୍କୁ ହଳଦିଆ କିମ୍ବା ଧଳା ରଙଗର ଫୁଲ ପ୍ରଦାନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.