ତାଲିବାନ ନେତା ଅନସ୍‌ ହକ୍କାନୀଙ୍କୁ ଭେଟିଲେ ଆଫଗାନିସ୍ତାନ କ୍ରିକେଟ୍‌ ଟିମ୍‌ କ୍ୟାପ୍‌ଟେନ୍‌, ଫଟୋ ଭାଇରାଲ

ଆଫଗାନିସ୍ତାନ ଉପରେ ତାଲିବାନ୍‌ କବ୍‌ଜା କରିବା ପରେ ଦେଶର କ୍ରିକେଟ୍‌ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇତି ମଧ୍ୟରେ ତାଲିବାନ୍‌ ନେତା ଅନସ ହକ୍କାନୀ ଶନିବାର ଆଫଗାନିସ୍ତାନର ନ୍ୟାସନାଲ କ୍ରିକେଟ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ହଶମତୁଲ୍ଲା ଶାହିଦୀଙ୍କୁ ଭେଟିଛନ୍ତି। ଏହି ମିଟିଂରେ ତାଲିବାନ୍‌ ମୁଖ୍ୟ ଅନସ କ୍ରିକେଟ୍‌କୁ ସମର୍ଥନ କରୁଥିବା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଇସ୍‌ଲାମିକ ଅମିରାତ ହିଁ ଆଫଗାନିସ୍ତାନ କ୍ରିକେଟ୍‌ର ଭିତ୍ତି ସ୍ଥାପନ କରିଥିଲା। ଏଣୁ ଆମେ ଏହାକୁ ଆଗକୁ ସମର୍ଥନ କରିବୁ ବୋଲି ସେ କହିଛନ୍ତି।

ତାଲିବାନ୍‌ ସହ ମିଟିଂରେ ଆଫଗାନ କ୍ରିକେଟର ନୁର ଅଲ୍ଲୀ ଜାଦରାନ୍‌ ଓ କ୍ରିକେଟ୍‌ ବୋର୍ଡର ପୂର୍ବ ଚୟନ କମିଟିର ଅଧ୍ୟକ୍ଷ ଅସଦୁଲ୍ଲା ଖାନ୍‌ ବି ଥିଲେ। ଏହି ମିଟିଂର ଫଟୋ ବି ସାମ୍ନାକୁ ଆସିଛି। ଭାଇରାଲ ହେଉଥିବା ଫଟୋରେ ତାଲିବାନ୍‌ କମାଣ୍ଡୋ ଆଫଗାନିସ୍ତାନର ପୂର୍ବ କ୍ୟାପ୍‌ଟେନ୍‌ ଅସଗର ଅଫଗାନ୍‌ଙ୍କ ସହ ଦାଓ୍ଵତ୍‌ ଓ ସେଲ୍ଫି ନେଉଥିବା ଦେଖାଯାଇଛି।

ଅନ୍ୟପଟେ ଆଫଗାନିସ୍ତାନର ଆଗଧାଡ଼ି କ୍ରିକେଟର ନିଜ ଦେଶରେ ତାଲିବାନୀଙ୍କ ରାଜ୍‌କୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଆଫଗାନ୍‌ର ଖେଳାଳି ରଶିଦ ଖାନ୍‌, ମହମ୍ମଦ ନବୀ ଓ ମୁଜିବ ଜର୍ଡନ୍‌ ପ୍ରମୁଖ ଖେଳାଳି ଏବେ ‘ଦ ହଣ୍ଡ୍ରେଡ’ରେ ଖେଳିବା ପାଇଁ ଆମେରିକାରେ ଅଛନ୍ତି। ସେମାନେ ସମସ୍ତ ବଡ଼ ବଡ଼ ରାଷ୍ଟ୍ରର ନେତାଙ୍କୁ ଆଫଗାନିସ୍ତାନକୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.