ପ୍ରେମରେ ବିଫଳ ପ୍ରେମିକର ଆତ୍ମହତ୍ଯା ଉଦ୍ୟମ, ମରୁ ମରୁ ଅଳ୍ପକେ ବଞ୍ଚିଗଲେ

ସୋର(କେନ୍ଯୁଜ୍): ପ୍ରେମରେ ବିଫଳ ପ୍ରେମିକର ଆତ୍ମହତ୍ଯା ଉଦ୍ୟମ। ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନ୍ ରୁ କିଛି ଦୁରରେ ଘଟିଛି ଏହି ଘଟଣା ।ଗତକାଲି ରାତିରେ  ଜଣେ ଯୁବକ ଟ୍ରେନ ଲାଇନ୍ କଟି ଗୁରୁତର ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଏନେଇ ଖବର ପାଇବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଓ ଷ୍ଟେସନ୍ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ ।

ପ୍ରଥମେ ଯୁବକ ଜଣଙ୍କୁ ସୋର ଡାକ୍ତରଖାନାକୁ ଆଣାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଯାହା ସୂଚନା ମିଳିଛି ଯୁବକ ଜଣକ ଭଦ୍ରକ ଜିଲ୍ଲା ବାସୁଦେବପୁର ଲକ୍ଷ୍ମିଦାସପୁର ଅଞ୍ଚଳର ମନୋଜ ନାୟକ ।

ମନୋଜ ପ୍ରେମରେ ବିଫଳ ହୋଇ ଟ୍ରେନ ଲାଇନ୍ ରେ ଆତ୍ମହତ୍ଯା କରିବାକୁ ଉଦ୍ଯମ କରିଥିଲେ । ଯାହାଫଳରେ ସେ ଟ୍ରେନ ଲାଇନ୍ ଉପରେ ଶୋଇଥିଲେ । କିନ୍ତୁ ଯେତେବେଳେ ବେଳେ ଟ୍ରେନ୍ ଆସିଥିଲା ମନୋଜ ଭୟରେ ଉଠି ଦଉଡି ପଳେଇବାକୁ ଚେଷ୍ଟା କରିଥିଲେ । ଆଉ ଠିକ୍ ସେତିକିବେଳେ ଟ୍ରେନଟି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ସେ ଗୁରୁତର ଭାବେ ଆହାତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.