ଇସ୍ରୋରେ ଫାୟାରମ୍ୟାନ୍‌ ଓ ଡ୍ରାଇଭର ପଦ ପାଇଁ ପିଲା ଆବଶ୍ୟକ, ୧୦ମ ପାସ୍‌ କରିଥିଲେ ଏବେ ହିଁ କରନ୍ତୁ ଆବେଦନ

ଇସ୍ରୋ ଲିକ୍ୱିଡ୍‌ ପ୍ରୋପୁଲସନ୍‌ ସିଷ୍ଟମ୍ସ ସେଣ୍ଟରରେ ୧୦ମ ପାସ୍‌ ଚାଳକ, ଫାୟାରମ୍ୟାନ୍‌, କୁକ୍‌ ଓ କ୍ୟାଟରିଂ ଆଟେଣ୍ଡାଣ୍ଟ ପଦରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥିପାଇଁ ଅନ୍‌ଲାଇନ୍‌ ଆବେଦନ ୨୪ ଅଗଷ୍ଟ ୨୦୨୧ରୁ ଆରମ୍ଭ ହୋଇଯାଇଛି। ଇସ୍ରୋ ପକ୍ଷରୁ ଭାରି ବାହାନ ମୋଟର (HMV) ଡ୍ରାଇଭର, କୁକ୍‌ ଓ ଫାୟାରମ୍ୟାନ୍‌ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ କୁହାଯାଇଛି। ତେବେ ଏଥିପାଇଁ ଆବେଦନର ଶେଷ ତାରିଖ ୬ ସେପ୍ଟେମ୍ବର ରହିଛି।

ଏଲ୍‌ପିଏସ୍‌ସି ନୋଟିଫିକେସନ୍‌ ଅନୁସାରେ, ହେଭି ମୋଟର ଭେଇକଲ ଡ୍ରାଇଭର, କୁକ୍‌, ଆଟେଣ୍ଡାଣ୍ଟ ଓ ଫାୟାରମ୍ୟାନ୍‌ ପାଇଁ ମୋଟ ୮ଟି ପଦ ଖାଲି ଅଛି। ଇଚ୍ଛୁକ ପ୍ରାର୍ଥୀ ୨୪ ଅଗଷ୍ଟ ୨୦୨୧ରୁ ୬ ସେପ୍ଟେମ୍ବର ୨୦୨୧ ଏଲ୍‌ପିଏସ୍‌ସିର ୱେବ୍‌ସାଇଟ୍‌ lpsc.gov.inକୁ ଯାଇ ଆବେଦନ କରିପାରିବେ।

ପଦ ନାମ ଓ ସଂଖ୍ୟା:

ହେଭି ମୋଟର ଭେଇକଲ ଡ୍ରାଇଭର – ୨ ପଦ

କୁକ୍‌ – ୧ ପଦ

କ୍ୟାଟରିଂ ଆଟେଣ୍ଡାଣ୍ଟ – ୧ ପଦ

ଫାୟାରମ୍ୟାନ୍‌ – ୨ ପଦ

ଶିକ୍ଷାଗତ ଯୋଗ୍ୟତା:

ଏସ୍‌ଏସ୍‌ଏଲ୍‌ସି କିମ୍ବା ୧୦ ମ ପାସ୍‌

ବୟସ ସୀମା:

କ୍ୟାଟରିଂ ଆଟେଣ୍ଡାଣ୍ଟ ଓ ଫାୟାରମ୍ୟାନ୍‌ ପାଇଁ ସର୍ବାଧିକ ବୟସ ୨୫ ବର୍ଷ
ଅନ୍ୟ ପଦ ପାଇଁ ୩୫ ବର୍ଷ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.