Below header

ରାଜଧାନୀରେ ଧରାହେଲା ୩ ବାଇକ୍‌ ଲୁଟେରା ଦଳ, ୭ ବାଇକ୍‌ ଓ ୧୧ ମୋବାଇଲ୍‌ ଜବତ

ଭୁବନେଶ୍ୱର(କେନ୍ୟୁଜ୍‌) :  ରାଜଧାନୀରେ ପୋଲିସ ହାତରେ ଧରାପଡ଼ିଛନ୍ତି ୩ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ । ସେମାନଙ୍କ ଠାରୁ ୭ ଟି ବାଇକ୍‌ ଓ ୧୧ ମୋବାଇଲ ଜବତ ହୋଇଛି । ଏହି ଗ୍ୟାଙ୍ଗ୍‌ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରର ବିଭିନ୍ନ ସ୍ଥାନରୁ ଲୁଟପାଟ୍‌ କରୁଥିଲେ ।

ଏମାନେ ଲକ୍‌ଡାଉନର ସୁବିଧା ନେଇ କେଉଁଠୁ ଅଳଙ୍କାର ଛଡାଉ ଥିଲେ ତ କେଉଁଠୁ ଟଙ୍କା ଛଡାଉ ଥିଲେ । କେବଳ ସେତିକି ନୁହେଁ ଏମାନେ ବିଭିନ୍ନ ସ୍ଥାନର ବାଇକ ଲୁଟ୍‌ କରି ତା’ର ନମ୍ବର ପ୍ଲେଟ୍‌ ବଦଳାଉଥିଲେ । ସେହି ବାଇକ୍‌କୁ ବ୍ୟବହାର କରି ଲୁଟ୍‌ପାଟ୍‌ କରୁଥିଲେ । ଏହି ଗ୍ୟାଙ୍ଗକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।

ଗିରଫ ୩ ଅଭିଯୁକ୍ତଙ୍କ ହେଲେ କଟକ ମାର୍କତନଗରର କାର୍ତିକ ପ୍ରକାଶ , କୋଳଥିଆର ସାଗର ପନ , ଖଣ୍ଡଗିରି ଅଞ୍ଚଳର ବିକାଶ ରାୟ । ସେମାନଙ୍କଠାରୁ ୭ ଟି ବାଇକ ଓ ୧୧ ଟି ମୋବାଇଲ ଜବତ କରାଯାଇଛି ।

ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । କେବଳ ଭୁବନେଶ୍ୱର ନୁହେଁ କଟକରେ ମଧ୍ୟ ଏମାନଙ୍କର ଗ୍ୟାଙ୍ଗ ରହିଛି ବୋଲି କହିଛି ପୋଲିସ । ତେବେ ଏହି ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି ତାର ତଦନ୍ତ କରୁଛି ଖଣ୍ଡଗିରି ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.