Below header

ଚାକିରି କରାଇଦେବାକୁ କହି ଲୁଟ କରିଥିବା ୩ ଠକ ଗିରଫ, ୫ ମୋବାଇଲ ଜବତ

ପୁରୀ(କେନ୍ୟୁଜ) : ଚାକିରି କରାଇଦେବାକୁ କହି ଟଙ୍କା ଓ ମୋବାଇଲ ଲୁଟ କରି ଫେରାର ହୋଇଯାଇଥିବା ଠକ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ।

ଗିରଫ ୩ ଅଭିଯୁକ୍ତ ହେଲେ ନବକଳେବର ରୋଡ ନୂଆସାହିର ନୃସିଂହ ରଥ,ସତ୍ୟବାଦୀ ପାଣିଭଣ୍ଡାର ଗାଁର ଅଶୋକ କୁମାର ପ୍ରଧାନ ଓ ପିପିଲି ସୁବଳପୁରର ସତ୍ୟବ୍ରତ ସ୍ୱାଇଁ।

ଏମାନଙ୍କ ଠାରୁ ୫ଟି ମୋବାଇଲ ଜବତ ହୋଇଛି। ମୁଖ୍ୟ ଲିଡର ନୃସିଂହ ରଥ ଓ ତା ନାଁରେ ୮ଟି ମାମଲା ରହିଛି। ବିଶ୍ୱାସ ଜନ୍ମାଇ ବିଭିନ୍ନ ଲୋକଙ୍କୁ ଚାକିରି କରିଦେବାକୁ କହି ଏହି ଗ୍ୟାଙ୍ଗ ଠକୁଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.