Below header

କିଟ୍‌ରେ ଉଦ୍‌ଯାପିତ ହେଲା ୭୦ ତମ ବରିଷ୍ଠ ଜାତୀୟ ଭଲିବଲ୍‌ ଚାମ୍ପିଅନସିପ୍‌, ହରିୟାଣା ଟିମ ଚାମ୍ପିଅନ୍‌

ଭୁବନେଶ୍ୱର(କେନ୍ୟୁଜ) : କିଟ୍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ୭୦ତମ ବରିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିଅନ୍ସିପ ଉଦଯାପିତ ହୋଇଯାଇଛି । ପୁରୁଷ ବର୍ଗରେ ହରିୟାଣା ଟିମ୍ ହୋଇଛି ଚାମ୍ପିଅନ୍ । ଇଣ୍ଡିଆନ୍ ରେଲୱେକୁ ୩-୦ ସେଟ୍ରେ ହରାଇ ଟାଇଟଲ ହାତେଇଛି ହରିୟାଣା । ସେହିପରି ମହିଳା ବର୍ଗରେ ଇଣ୍ଡିଆନ୍ ରେଲୱେ ଓ କେରଳ ମଧ୍ୟରେ କଡା ମୁକାବିଲା ହୋଇଥିଲା ।

ଇଣ୍ଡିଆନ୍ ରେଲୱେକୁ ୩-୧ ସେଟ୍ରେ ହରାଇ କେରଳ ଟିମ୍ ଚାମ୍ପିଅନ୍ ହୋଇଛି । ମୋଟ ୬ଟି ପୋଲ୍ରେ ପୁରୁଷ ବର୍ଗରେ ୨୮ଟି ଦଳ ଏବଂ ୨୫ଟି ମହିଳା ଦଳ ଚାମ୍ପିଅନସିପ୍ରେ ଅଂଶଗ୍ରହଣ କରିଥିଲେ । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୁଷ ଓ ମହିଳା ବର୍ଗର ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ I ଗତ ୭ ତାରିଖରୁ ଆରମ୍ଭ ହୋଇଥିଲା ଚାମ୍ପିଅନସିପ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.