Below header

ଜଳଛତ୍ରରେ ରଖାଯାଇଥିବା ମାଟି ହାଣ୍ଡିରେ କୀଟନାଶକ ବିଷ ମିଶାଇଦେଲେ ଦୁର୍ବୃତ୍ତ ! ୨ ପୁଅ ଓ ଜଣେ ଝିଅ ଗୁରୁତର

କାଲିମେଳା(କେନ୍ୟୁଜ୍): ଜଳଛତ୍ରରେ ବିଷ। ପାଣି ରଖାଯାଇଥିବା ମାଟି ହାଣ୍ଡିରେ କେହି ଦୁର୍ବୃତ୍ତ କୀଟନାଶକ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ବିଷ ମିଶା ପାଣି ୨ ପୁଅ ଓ ଜଣେ ଝିଅ ଗୁରୁତର ହୋଇଛନ୍ତି।

ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। କାଲିମେଳା MV-୭୯ ଥାନା ଅନ୍ତର୍ଗତ MV-୭୯ ଗାଁରେ ଘଟିଛି ଏହି ଅଘଟଣ। ଖବର ପାଇ ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.