Below header

ସୋନପୁରରେ ଅଟୋ ଓ ବାଇକକୁ ପିଟିଲା କାର:  ୩ ମୃତ ୭ ଗୁରୁତର

ସୋନପୁର(କେନ୍ୟୁଜ୍): ଅଟୋ ଓ ବାଇକକୁ ପିଟିଲା ଏର୍ଟିଗା ୩ ମୃତ ୭ ଗୁରୁତର । ଆଜି ସକାଳୁ ସକାଳୁ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ସୋନପୁର ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ବଡବାହାଲି ଛକ ନିକଟରେ । ବଲାଙ୍ଗିର ପଟରୁ ପନିପରିବା ଚାରା ବିକ୍ରି କରିବାକୁ ଆସିଥିବା ଏକ ଅଟୋ ବଡବହାଲି ଛକନିକଟରେ ରାସ୍ତା କଡରେ ଏକ ବାଇକ ଆରୋହୀ ସହ କଥା ହେଉଥିବା ସମୟରେ ସୋନପୁରରୁ ବଲାଙ୍ଗିରକୁ ଯାଉଥିବା ଏକ ଏର୍ଟିଗା କାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କର  ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଥିବା ଜଣାଯାଇଛି ।

ସେହିଭଳି ବାଇକ ଆରୋହୀ ମଧ୍ୟ ଗୁରୁତର ହୋଇଛନ୍ତି । ମୃତକମାନେ ସମସ୍ତେ ବଲାଙ୍ଗିର ଜିଲ୍ଲା ରାଘପାଲି ଅଞ୍ଚଳର ବୋଲି ଜଣାପଡିଛି । ସବୁଦିନ ଭଳି ଆଜି ମଧ୍ୟ ରାଘପାଲି ଅଞ୍ଚଳରୁ ଏକ ଅଟୋରେ ପନିପରିବା ଚାରା ବିକ୍ରି କରିବାକୁ ଆସୁଥିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଏର୍ଟିଗା ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଗାଡିରେ ଗୋଟିଏ ସ୍ବାମୀ ଏବଂ ସ୍ତ୍ରୀ ଥିବା ସନ୍ଦେହ କରାଯାଉଛି । ଗାଡି ଭିତରୁ ସ୍ନିଗ୍ଧା ରାଣୀ ସୁନା, ଇନିସ୍ପେକ୍ଟର ଲେଖାଥିବା ଏକ ପୋଲିସ ପୋଷାକ ମିଳିଥିବାରୁ ସେଥିରେ ପୋଲିସ ବିଭାଗର ଅଧିକାରୀ ଓ ଅନ୍ୟମାନେ ଥିବା ସନ୍ଦେହ କରାଯାଉଛି । ତେବେ ସେମାନଂକ ସମ୍ପର୍କରେ ଏଯାଏଁ କିଛି ତଥ୍ୟ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.