Below header

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

କେନ୍ୟୁଜ୍(ବ୍ୟୁରୋ):ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ। ନିମାପଡ଼ା ସବଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ରେଡ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ ଟି ସ୍ଥାନରେ ଚାଲିଛି ଚଢ଼ାଉ । ତାଙ୍କର ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପୈତୃକ ଘର ,ଟାଉନ ପ୍ଲାନିଂ ସ୍ଥିତ ଘର ,ଦକ୍ଷିଣକାଳୀ ସ୍ଥିତ ଶ୍ଵଶୁର ଘର ଓ ମଙ୍ଗଳପୁର ସ୍ଥିତ ଫାର୍ମ ହାଉସରେ ଚଢାଉ ଆରମ୍ଭ ହୋଇଛି ।

ସପ୍ତଶଯ୍ୟାରେ ଥିବା ଜମିରେ ମଧ୍ୟ ଚାଲିଛି ଯାଞ୍ଚ । ଏହା ସହିତ ନିମାପଡ଼ା ଓ ଭୁବନେଶ୍ୱରରେ ମଧ୍ୟ ରେଡ ଚାଲିଥିବା ସୂଚନା ମିଳିଛି। ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୫ ଡ଼ିଏସପି, ୧୨ ଇନିସପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ। ସେ ନିମାପଡ଼ା ସବ ଡିଭିଜନ ଅଧିନରେ ଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.