ହଠାତ୍‌ ମାଡିଆସିଲା ବର୍ଷା ପାଣି, ଟ୍ରାକ୍ଟର ସହିତ ଭାସିଗଲେ ଯୁବକ

ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଲାଗିରହିଛି। ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ଭଳି ରାଜ୍ୟରେ ସ୍ଥିତି ଜଟିଳ। ସେହିଭଳି ହିମାଚଳ ପ୍ରଦେଶରେ ବିଭିନ୍ନ ଜିଲ୍ଲାର ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳର ବର୍ଷା ପାଣିରେ ଉବୁଟୁବୁ ହୋଇଛି। ଚାରିଆଡେ ବନ୍ୟା ଜଳର ଦୃଶ୍ୟ ଦେଖିବାକୁ ମିଳିଛି। ଏଥି ସହିତ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟିଥିବା ସୂଚନା ମିଳିଛି। ପ୍ରକୃତି କରାଳ ରୂପ ଯୋଗୁର ସ୍ଥାନୀୟ ଲୋକଙ୍କ ମଧ୍ୟରେ ହାହାକାର ପରିସ୍ଥିତି ଦେଖିବାକୁ ମିଳିଛି। ଅନେକ ତଳିଆ ଅଞ୍ଚଳଲୋକ ଜଳବନ୍ଦୀରେ ରହିଥିବା ଜଣାପଡିଛି। ଏଥି ମଧ୍ୟରେ ହିମାଚଳ ପ୍ରଦେଶ କାଙ୍ଗଡା ଜିଲ୍ଲାର ଶାହାପୁର ଅଞ୍ଚଳର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି।

ଜଣେ ଯୁବକ ଟ୍ରାକ୍ଟର ଡାଲା ସହିତ ଚାମ୍ବି ଖାଡ ନଦୀ ପାର୍ କରୁଥିବା ବେଳେ ହଠାତ୍ ବନ୍ୟା ପାଣି ମାଡି ଆସିଥିଲା। ଚାଳକ ଜଣକ କିଛି ବୁଝିବା ପୂବରୁ ପାଣିର ପ୍ରଖର ସ୍ରୋତରେ ଟ୍ରାକ୍ଟରଟି ଓଲଟିପଡିଥିଲା। ସେଠାରେ ଯୁବକ ଜଣ ନଦୀର ସ୍ରୋତରୁ ବଞ୍ଚିବା ପାଇଁ ସଂଘର୍ଷ କରିଥିଲେ। ଟ୍ରାକ୍ଟର ଉପରକୁ ଚଢ଼ି ଯାଇ କିଛି ଅଂଶକୁ ଜାବୁଡି ରଖୁଛନ୍ତି। ଏହାକୁ କିଛି ସ୍ଥାନୀୟଲୋକ ଦେଖିବା ପରେ ବନ୍ୟାଜଳରୁ ଉଦ୍ଧାର କରିବା ସଫଳ ହୋଇଥିଲେ। ତେବେ ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଅନେକ ଦିନରୁ ହିମାଚଳ ପ୍ରଦେଶରେ ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଅନେକ ସ୍ଥାନରେ ବାଦଲ ଫଟା ବର୍ଷା ହୋଇଥିବା ଖବର ମିଳିଛି। ସିମଲାରେ ବର୍ଷା ଯୋଗୁଁ ଭୂସ୍ଖଳନ ମଧ୍ୟ ହୋଇଛି। ଏହି ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଯୁବତୀ ଗୁରୁତର ଆହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.