କମନୱେଲଥ ଗେମ୍ସ ୨୦୨୨ ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଘୋଷଣା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ସହିତ ହେବ ଟକ୍କର

କମନୱେଲଥ ଗେମ୍ସରେ ଭାଗ ନେବ ଭାରତୀୟ ମହିଳା କ୍ରିକେଟ ଟିମ୍‌। ଦୀର୍ଘ ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ୍ କମନୱେଲଥ ଗେମ୍ସ (ସିଡବ୍ଲ୍ୟୁଜି)ରେ ଭାଗ ନେବାକୁ ଯାଉଛି । ଶେଷଥର ପାଇଁ ଭାରତ ଗତ ୧୯୯୬ରେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲା । ଏହି ଇଭେଣ୍ଟ ପାଇଁ ଭାରତୀୟ ଭାରତୀୟ ମହିଳା ଟି-୨୦ ଟିମ୍ ଘୋଷଣା ହୋଇଛି । ହରମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ୨୯ ତାରିଖରେ ଲଢ଼େଇ ଆରମ୍ଭ କରିବ । ସ୍ମୃତି ମନ୍ଧାନା ଉପଅଧିନାୟିକା ଦାୟିତ୍ୱ ସମ୍ଭାଳିବେ ।

ଟିମ୍ ଇଣ୍ଡିଆ ଗ୍ରୁପ ଏ’ରେ ପାକିସ୍ତାନ, ବାର୍ବାଡୋସ ଓ ଅଷ୍ଟ୍ରେଲିଆ ସହ ସ୍ଥାନ ପାଇଛି । ଜୁଲାଇ ୨୯ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚ ଏଜବାଷ୍ଟନଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ଅଗଷ୍ଟ ୩ରେ ଭାରତ ତା’ର ଅନ୍ତିମ ଗ୍ରୁପ ମ୍ୟାଚ ଖେଳିବ । ଗ୍ରୁପ ବିରେ ଶ୍ରୀଲଙ୍କା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ସ୍ଥାନ ପାଇଛନ୍ତି । ପ୍ରତ୍ୟେକ ଗ୍ରୁପରୁ ଶୀର୍ଷ ଦୁଇ ଟିମ୍ ସେମିଫାଇନାଲ ଖେଳିବେ ।

ଭାରତର ୩ଟି ମୁକାବିଲା ଏଜବାଷ୍ଟନ ଏବଂ ବର୍ମିହାମରେ ଖେଳାଯିବ। ପ୍ରଥମ ଏବଂ ଦ୍ୱିତୀୟ ସେମିଫାଇନାଲ ୬ ଅଗଷ୍ଟରେ ଖେଳାଯିବ। ୭ ଅଗଷ୍ଟରେ କାଂସ୍ୟ ପଦକ ପାଇଁ ମ୍ୟାଚ ଖେଳାଯିବ।

ଇଣ୍ଡିଆନ ସ୍କ୍ୱାଡ: ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପଅଧିନାୟକ), ଶେଫାଳି ବର୍ମା, ଏସ.ମେଘନା, ତାନିଆ ଭାଟିଆ (ୱିକେଟ ରକ୍ଷକ), ୟାସ୍ତିକା ଭାଟିଆ (ୱିକେଟ ରକ୍ଷକ), ଦୀପ୍ତି ଶର୍ମା, ରାଜେଶ୍ୱରୀ ଗାଏକୱାଡ, ପୂଜା ଭଷ୍ଟ୍ରାକର, ମେଘନା ସିଂହ, ରେଣୁକା ଠାକୁର, ଜେମିମାହ ରୋଡ୍ରିଗଜସ, ରାଧା ଯାଦବ, ହରଲିନ ଦେଓଲ, ସ୍ନେହ ରଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.