ଗୁରୁଜନଙ୍କ କଥା ମାନି ପିଲାର ମୁହଁ ଦେଖାଇନଥିଲେ ଭାରତୀ, ଏବେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଫଟୋ

ବଲିଉଡର ଷ୍ଟାର କିଡ୍‌ଙ୍କ କ୍ୟୁଟନେସ୍‌କୁ ନେଇ ଏବେ ଚର୍ଚ୍ଚା। କରୀନାଙ୍କ ପୁଅ ତୈମୁରଙ୍କ ପରେ ଏବେ ଭାରତୀଙ୍କ ପୁଅ ଗୋଲାଙ୍କ କ୍ୟୁଟନେସକୁ ନେଇ ଚର୍ଚ୍ଚା। ଭାରତୀ ଏବଂ ହର୍ଷଙ୍କ ପୁଅ ଲକ୍ଷ୍ୟ (ଗୋଲା)ଙ୍କ ମୁହଁ ଫ୍ୟାନ୍ସଙ୍କୁ ଦେଖିବାକୁ ମିଳିଛି। ପିଲାର ଝଲକ ଦେଖି ସମସ୍ତେ ଛୋଟ ଭାରତୀ ବୋଲି କହୁଛନ୍ତି। ଗୋଲା ଦେଖିବାକୁ ବିଲକୁଲ୍‌ ଭାରତୀଙ୍କ ଭଳି ଗୋଲୁମୋଲୁ ହୋଇଛନ୍ତି। ଫ୍ୟାନ୍ସ ଗୋଲାଙ୍କ ଫଟୋ ଦେଖି ଖୁବ୍‌ ଖୁସି ରହିଛନ୍ତି।

ଭାରତୀ ଏବଂ ହର୍ଷଙ୍କ ପୁଅ ଲକ୍ଷ୍ୟ ଲିମ୍ବିଚିଆ ତିନି ମାସର ହୋଇଗଲେଣି। ଦୁହେଁ ଏହି ଫଟୋରେ ପୁଅ ଗୋଲାର ମୁହଁ ଦେଖାଇଛନ୍ତି। ଫ୍ୟାନ୍ସ ଗୋଲାର ମୁହଁ ଦେଖିବାକୁ ଉତ୍କଣ୍ଠାର ସହିତ ଚାହିଁ ରହିଥିଲେ। ସବୁବେଳେ ଭାରତୀ ଏବଂ ହର୍ଷ ପୁଅ ବିଷୟରେ କହୁଥିବା ନଜର ଆସନ୍ତି। କିନ୍ତୁ କେବେ ଚେହେରା ଦେଖାଇନଥିଲେ। ଭାରତୀ ନିଜ ପରିବାରର କଥା ବହୁତ ମାନନ୍ତି। ତେଣୁ ଘରର ଗୁରୁଜନଙ୍କ କହିବାନୁଯାୟୀ, ସେମାନେ ୩ ମାସ ଯାଏଁ ଗୋଲାର ମୁହଁ ଦେଖାଇନଥିଲେ।

gola 1
Photo credit: Zee News

ପୁଅର ମୁହଁ ଦେଖାଇବା ପାଇଁ ଭାରତୀ ଏବଂ ହର୍ଷ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ। ଘରକୁ ଭଲଭାବେ ସଜାଇଥିଲେ। ଗୋଲା ପାଇଁ ଏକ ବଡ ବକ୍ସ ମଗାଯାଇଥିଲା। ଯେଉଁଥିରେ ଗୋଲାକୁ ଶୁଆଇ ପୁଣି ସେଥିରୁ ଅନବକ୍ସ କରାଯାଇଥିଲା। ତା’ ପରେ ଗୋଲାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି ।

 

View this post on Instagram

 

A post shared by Bharti Singh (@bharti.laughterqueen)

ଭାରତୀ ନିଜର ବ୍ଲଗ ଜରିଆରେ ଗୋଲାର ମୁହଁ ଦେଖାଇଛନ୍ତି। ବ୍ଲଗରେ ଗୋଲାକୁ ଫୋକସରେ ରଖାଯାଇଛି। ଗୋଲା ଏବଂ ହର୍ଷଙ୍କ ମଧ୍ୟରେ ନିବିଡ ସଂପର୍କ ମଧ୍ୟ ଦେଖିବାକୁ ମିଳିଛି। ଗୋଲାର ଫଟୋ ଦେଖି ବାପା କି ମା’ ଉପରେ ଯାଇଛି ବୋଲି ପ୍ରଶ୍ନ ମଧ୍ୟ ପଚାରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.