ମାଲକାନଗିରି: ପୋଲିସ ଗୁଳିରେ ୩ ମାଓବାଦୀ ନିହତ, ତୁଳସୀ ପାହାଡ଼ରେ ମୁହାଁମୁହିିଁ ହୋଇଥିଲେ ପୋଲିସ-ମାଓବାଦୀ

ମାଲକାନଗିରି(କେନ୍ୟୁଜ୍): ମାଓ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା । ପୋଲିସ ଗୁଳିରେ ୩ ମାଓବାଦୀ ନିହତ । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ଅଛନ୍ତି । AOB ସଙ୍ଗଠନର ହୋଇଥିବା ସୂଚନା ମିଳିଛି। ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡ଼ରେ ମୁହାଁମୁହିିଁ ହୋଇଥିଲେ ପୋଲିସ-ମାଓବାଦୀ । ପାହାଡ଼ ଉପରେ ମାଓବାଦୀ କ୍ୟାମ୍ପ ଚାଲିଥିବା ଖବର ପାଇ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା । ଏତିକିବେଳେ DVF ଓ SOG କ୍ୟାମ୍ପ ଉପରେ ହଠାତ୍‌ ଗୁଳି ମାଡ କରିଥିଲେ ମାଓବାଦୀ ।

ମାଲକାନଗିରି ଏସ୍‌ପି ପ୍ରହ୍ଲାଦ ମୀନାଙ୍କ ନେତୃତ୍ୱରେ ଗତକାଲି ରାତିରୁ କମ୍ବିଂ ଅପରେସନ୍‌ କରାଯାଇଥିଲା । ପୋଲିସର କାଉଣ୍ଟର ଫାୟାରିଂକୁ ସାମ୍ନା କରି ନପାରେ ମାଓନେତା ସୁନୀଲ ସହ ଆଉ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଏବେ ବି କମ୍ବିଂ ଅପରେସନ୍‌ ଜାରି ରହିଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.