Below header

ଚୋର ସନ୍ଦେହର ୪ ଯୁବକ ଛେଚା ଖାଇ ବନ୍ଧା ହେଲେ

ବାଲିପାଟଣା(କେନ୍ୟୁଜ୍‌) : ଚୋର ସନ୍ଦେହରେ ବନ୍ଧା ହୋଇଛନ୍ତି ୪ ଯୁବକ । ଏମିତି ଘଟଣା ଘଟିଛି ବାଲିପାଟରା ଥାନା ପୋଇଝରୀ ଗାଁରେ । ଉକ୍ତ ଗାଁରେ ଦୁଇ ଜଣଙ୍କ ଘରେକିଛି ଯୁବକ ପଶିଥିବା ବେଳେ ଠିକଣା ସମୟରେ ଘର ଲୋକଙ୍କ ନିଦ ଭାଙ୍ଗିଗଲା ।

ଗ୍ରାମବାସୀଙ୍କ ସହ ମିଶି ଯୁବକଙ୍କୁ ବାକୁ କରିବା ସହ ନିର୍ଦ୍ଧୁମ୍ ଛେଚା ଖାଇଲେ। ପରେ ଏମାନଙ୍କୁ ପୋଲିସ ଜିମା ଦିଆଯାଇଛି। ପୋଇଝାରୀ ଗାଁର ଦୁଇ ଜଣ ବ୍ୟକ୍ତିଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ୬ଜଣ ଯୁବକ ପଶିଥିଲେ। ଏହି ସମୟରେ ପରିବାର ଲୋକ ଉଠି ପଡିବାରୁ ଗାଁ ଲୋକଙ୍କୁ ଡାକି ୪ ଜଣ ଯୁବକକୁ କାବୁ କରିଥିଲେ।

ଘଟଣାସ୍ଥଳରୁ ଆଉ ଦୁଇ ଜଣ ଦୁର୍ବୃତ୍ତ ଖସି ପଳାଇଛନ୍ତି। ଖବର ପାଇ ବାଲିପାଟଣା ପୋଲିସ ଘଟଣାସ୍ଥଳରୁ ୪ ଜଣଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ଏମାନଙ୍କ ପାଖରୁ ଦୁଇଟି ବାଇକ୍ ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.