Below header

ଓଡିଶାର ୩ଜଣ ବାଳିକାଙ୍କୁ ଇଣ୍ଡିଆନ କାଉନସିଲ ଫର ଚାଇଲ୍‌ଡ ୱେଲଫେୟାର ପକ୍ଷରୁ ଜାତୀୟ ସାହସିକତା ପୁରସ୍କାର

ଓଡିଶାର ୩ଜଣ ବାଳିକାଙ୍କୁ ଇଣ୍ଡିଆନ କାଉନସିଲ ଫର ଚାଇଲ୍‌ଡ ୱେଲଫେୟାର ପକ୍ଷରୁ ଜାତୀୟ ସାହସିକତା ପୁରସ୍କାର। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଭଉଣୀ ପୁର୍ଣ୍ଣିମା ଗିରି ଓ ସବିତା ଗିରି ଡଙ୍ଗାବୁଡ଼ି ଯାଉଥିବା ବେଳେ ଅତ୍ୟନ୍ତ ସାହସିକତାର ସହ ୧୨ଜଣଙ୍କ ଜୀବନ ରକ୍ଷା କରିଥିଲେ। ସେତେବେଳେ ନଦୀରେ ପ୍ରବଳ ପାଣି ଥିଲା ଓ କୁମ୍ଭୀର ମଧ୍ୟ ଥିଲା। ତଥାପି ଏମାନେ ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ ଉଦ୍ଧାର କରିଥିଲେ। ସେହିପରି ଅନୁଗୁଳ ଜିଲ୍ଲାର ୧୦ବର୍ଷର ଶ୍ରୀମତି ବର୍ଦା ଏକ ରେଳ ଦୁର୍ଘଟଣାରେ ଅଦମ୍ୟ ସାହସ ଦେଖାଇ ଜଣଙ୍କ ଜୀବନ ବଞ୍ଚାଇଥିଲେ। ବୀରତା ପୁରସ୍କାର ପାଇ ସେମାନେ ଖୁସି ପ୍ରକାଶ କରିଛନ୍ତି। ସବୁ ଛୋଟବୟସର ପିଲାମାନେ ସାହସୀ ହେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.