ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା କିଛି ଗାଁକୁ ସ୍ଥାନାନ୍ତର ନିଷ୍ପତ୍ତି, ୧୧୦ ପରିବାର ହେବେ ବିସ୍ଥାପିତ

ମୟୂରଭଞ୍ଜ: ଖେଜୁରୀ ଗାଁରୁ ଆଜି ବିସ୍ଥାପିତ ହେବେ ୧୧୦ଟି ପରିବାର। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା କିଛି ଗାଁକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ଆଜି ଖେଜୁରୀ ଗାଁ ବିସ୍ଥାପିତ ହେବ। ଏନେଇ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିସ୍ଥାପିତଙ୍କୁ ସ୍ଥାନାନ୍ତର କରିବାକୁ ବନବିଭାଗ ପକ୍ଷରୁ ୧୧୭ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି। ଶିମିଳିପାଳ ଅଭୟାରଣ୍ୟର ଖେଜୁରୀ ଗାଁରେ ପୋଲିସ ପ୍ରଶାସନ ପକ୍ଷରୁ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି। ଏହି ୧୧୦ଟି ପରିବାରକୁ ଠାକୁରମୁଣ୍ଡା ଅଞ୍ଚଳର ସାଲେଇବେ଼ଡା ଠାରେ ରଖିବାର ବ୍ୟବସ୍ଥା କରାଯାଇଛି। ସେଠାରେ ତିନିମାସ ପାଇଁ ବିସ୍ଥାପିତଙ୍କୁ ଖାଦ୍ୟ ସହ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା ଯୋଗାଇ ଦିଆଯିବ। ରାତିରେ ସୋଲାର ଲାଇଟର ବ୍ୟବସ୍ଥା କରାଯାଇଛି। ଅନ୍ୟ ପକ୍ଷରେ ଖେଜୁରୀ ଗାଁର ୪୫ଟି ପରିବାର ବିସ୍ଥାପିତ ହେବାକୁ ମନା କରିଦେଇଛନ୍ତି। ଏନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦୁଇଦିନ ପୂର୍ବରୁ ଦାବିପତ୍ର ପ୍ରଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.