SBI : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ୮୦୦୦ ପଦରେ ଚାକିରି କରିବାର ସୁଯୋଗ, ଅନ୍ତିମ ତାରିଖ ପୂର୍ବରୁ ଜଲଦି କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଯେଉଁମାନେ ସରକାରୀ ଚାକିରୀ କରିବାକୁ ଚାହୁଁଛନ୍ତି, ସେମାନେ ଆଜି ହିଁ ଆବେଦନ ପ୍ରକ୍ରିୟାକୁ ପୂରା କରନ୍ତୁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏସିବିଆଇରେ ଜୁନିୟର ଆସୋସିଏଟ ପ୍ରାୟ ୮,୦୦୦ରୁ ଅଧିକ ପଦରେ ଭର୍ତ୍ତୀ ହେଉଛି। ଆବେଦନକାରୀ ଅଫିସିଆଲ ୱେବସାଇଟ sbi.co.in ରେ ଉପଲବ୍ଧ ଥିବା ଲିଙ୍କ୍‌ ମାଧ୍ୟମରେ ଏସିବିଆଇ କ୍ଲର୍କ ୨୦୨୦ ପାଇଁ ଅନଲାଇନ୍‌ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଅନଲାଇନ୍‌ ଆବେଦନ ପତ୍ର ଜମା କରବାର ତାରିଖ : ୦୩ ଜାନୁୟାରୀ, ୨୦୨୦
ଅନଲାଇନ୍‌ ପତ୍ର ଆବେଦନ କରିବାର ଶେଷ ତାରିଖ : ୨୬ ଜାନୁୟାରୀ, ୨୦୨୦

ବୟସ ସୀମା

ଆଶାୟୀ ପ୍ରାର୍ଥୀଙ୍କର ନ୍ୟୁନତମ ବୟସ ୨୦ ବର୍ଷ ଏବଂ ଅଧିକତମ ବୟସ ୨୮ ବର୍ଷ ରଖାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହେବା ଉଚିତ। ଅଧିକ ବିବରଣୀ ପାଇଁ ଆପଣ ଏସବିଆଇର ଅଫିସିଆଲ େଓ୍ଵବସାଇଟରେ ଯାଇ ନୋଟିଫିକେସନ୍‌ ଚେକ୍‌ କରିପାରିବେ।

ପଦର ବିବରଣୀ

sbiପଦର ନାମ                                                                  ପଦର ସଂଖ୍ୟା

ଜୁନିୟର ଆସୋସିଏଟସ୍‌ (ଗ୍ରାହକ ସହାୟତା ଏବଂ ବିକ୍ରୀ)               ୮୦୦୦
ଜୁନିୟର ଆସୋସିଏଟସ୍‌ –                                                  ୧୩୪

ଆବେଦନ ପ୍ରକ୍ରିୟା

ଆଶାୟୀ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ ଏବଂ ନୋଟିଫିକେସନ ଡାଉନଲୋଡ୍‌ କରି ତାକୁ ପଢ଼ନ୍ତୁ। ସମସ୍ତ ସୂଚନା ପାଇବା ପରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଆବେଦନ ପ୍ରକ୍ରିୟାକୁ ଶେଷ ତାରିଖ ପୂର୍ବରୁ ପୂରା କରନ୍ତୁ।

ଚୟନ ପ୍ରକ୍ରିୟା : ଚୟନ ଅନଲାଇନ୍‌ ଟେଷ୍ଟ (ପ୍ରାରମ୍ଭିକ ଏବଂ ମୁଖ୍ୟ ପରୀକ୍ଷା) ଏବଂ ସ୍ଥାନୀୟ ଭାଷାର ପରୀକ୍ଷଣ ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.