ଆଜବେଷ୍ଟସ ବୋଝେଇ ଟ୍ରକକୁ ସାମ୍ନା ପଟୁ ଧକ୍କା ଦେଲା ଆଲୁମିନିୟମ ବୋଝେଇ ଟ୍ରକ୍, ୩ଗୁରୁତର

ବାରିପଦା(କେନ୍ୟୁଜ୍): ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଗୁରୁତର। ଘଟଣା ଘଟିଛି ୧୮ ଜାତୀୟ ରାଜପଥ ମଞ୍ଚାବନ୍ଧା ଠାରେ। ସୂଚନା ଅନୁସାରେ ବାରିପଦାରୁ ବାଲେଶ୍ବର ରାସ୍ତାରେ ଏକ ଆଜବେଷ୍ଟସ ବୋଝେଇ ଟ୍ରକ୍ ଯାଉଥିବା ବେଳେ ବିିପରୀତ ଦିଗରୁ ଏକ ଆଲୁମିନିୟମ ବୋଝେଇ ଟ୍ରକ୍ ସାମନା ପଟୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡିର ଡ୍ରାଇଭର ସହ ଆଜବେଷ୍ଟସ ବୋଝେଇ ଟ୍ରକର ହେଲପର୍ ଆହତ ହୋଇଥିବା ଜଣାପଡିଛି।

ଆଜବେଷ୍ଟସ ବୋଝେଇ ଟ୍ରକର ଡ୍ରାଇଭର ବାଉଁଶ ବିଲାର ବିନ ସିଂ ଏବଂ ହେଲପର୍ ମୁନି ସିଂ, ସେହିପରି ଆଲୁମିନିୟମ ବୋଝେଇ ଟ୍ରକର ଡ୍ରାଇଭର ଶୁନମୁଗାଭେଲ ଏସ୍ ଗୁରୁତର ଭାବେ ଆହତ ହୋଇ ପିଆରଏମ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.