Below header

ମାଲକାନଗିରି ଗଙ୍ଗଲା ସେବାଶ୍ରମରେ ଛାତ୍ର ମୃତ୍ୟୁ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଓ ମ୍ୟାଟ୍ରନ୍‌ ନିଲମ୍ବିତ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ଗଙ୍ଗଲା ସେବାଶ୍ରମରେ ଛାତ୍ର ମୃତ୍ୟୁ ଘଟଣାରେ ୩ ଜଣ ନିଲମ୍ବିତ। ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଓ ମ୍ୟାଟ୍ରନ୍‌ ନିଲମ୍ବିତ ହୋଇଛନ୍ତି। ୨ ରୋଷେୟାଙ୍କୁ ମଧ୍ୟ ଚାକିରୀରୁ ବହିଷ୍କାର କରାଯାଇଛି। ତଦନ୍ତ ପରେ ଜିଲ୍ଲାପାଳ ଏହି କାର୍ଯ୍ୟନୁଷ୍ଠାନ ନେଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି ।

studentଗଙ୍ଗଲା ସେବାଶ୍ରମରେ ପ୍ରଥମ ଶ୍ରେଣୀରେ ପଢୁଥିବା ଅମିତ କାଲେକୁରା ଶୌଚ ହେବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ । ଅମିତଙ୍କ ମୃତ୍ୟୁ ପରେ ଅନ୍ୟ ଅନ୍ତେବାସୀମାନେ ହଷ୍ଟେଲ ହଷ୍ଟେଲ ଛାଡୁଥିବା ଦେଖିବାକୁ ମିଳିଛି । ଅମିତଙ୍କ ମୃତ୍ୟୁ ଘଟଣାରେ କର୍ତ୍ତବ୍ୟରେ ଅବହେଳା ନେଇ ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଓ ମ୍ୟାଟ୍ରନ୍‌ ନିଲମ୍ବିତ କରାଯାଇଥିବା ବେଳେ ୨ ରୋଷେୟାଙ୍କୁ ବରଖାସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.