Below header

ସୁନ୍ଦରଗଡ଼ରେ କଲେଜ ଛାତ୍ରୀଙ୍କୁ ସହପାଠୀମାନେ ଦୁଷ୍କର୍ମ କରିଥିବା ଅଭିଯୋଗ

ସୁନ୍ଦରଗଡ଼(କେନ୍ୟୁଜ୍): ସୁନ୍ଦରଗଡ଼ରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବାଲିଶଙ୍କରା ବ୍ଲକ ଅଞ୍ଚଳର ଏକ କଲେଜ ଛାତ୍ରୀଙ୍କୁ ସହପାଠୀମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୨୬ ତାରିଖରେ ଏହି ଘଟଣା ଘଟିଥିଲା । ତେବେ ଗତକାଲି ସଦର ଥାନାରେ ଏନେଇ ଏତଲା ଦିଆଯାଇଛି । ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖରେ ୫ ଜଣ କଲେଜ ଛାତ୍ର ସଂପୃକ୍ତ ଛାତ୍ରୀଙ୍କୁ ଉଠାଇ ନେଇ ପୁଟୁଡିହି ଜଙ୍ଗଲରେ ଦୁଷ୍କର୍ମ କରିଥିଲେ । ଏସଂପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ଫଳରେ ପୀଡ଼ିତା ଭୟଭୀତ ହୋଇପଡ଼ିଥିଲେ । ଗତକାଲି ପୀଡ଼ିତାଙ୍କ ପକ୍ଷରୁ ସଦର ଥାନାରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.