ଆସନ୍ତାକାଲିଠୁ କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌

କଟକ(କେନ୍ୟୁଜ୍): ଆସନ୍ତାକାଲିଠୁ କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌ । ଏଥିେରେ ୧୪ଟି ଦେଶରୁ ୨ଶହରୁ ଅଧିକ ଖେଳାଳି ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଷ୍ଟାଡିୟମରେ ନୂଆ ସାଉଣ୍ଡ ସିଷ୍ଟମ, ଅତ୍ୟାଧୁନିକ ଟୟଲେଟ୍‌, ଷ୍ଟାଡିୟମ ଇନସାଇଡ୍‌ ଓ ଆଉଟସାଇଡରେ ପେଣ୍ଟିଂ ଏବଂ ଏଲଇଡି ବ୍ୟବସ୍ଥା ଆଦି କରାଯାଇଛି । ଦର୍ଶକଙ୍କ ପାଇଁ ଅଫ୍‌ଲାଇନ ଓ ଅନଲାଇନ୍‌ ଟିକେଟ ବୁକିଂ ବ୍ୟବସ୍ଥା କରାଯାଇଛି। ଯାହାର ମୂଲ୍ୟ ୫୦ ଟଙ୍କାରୁ ୪ଶହ ଟଙ୍କା ପର‌୍ୟ୍ୟନ୍ତ ରହିଛି । ହକି ବିଶ୍ୱକପ୍‌ ପରି ଓଡ଼ିଶାରେ ଆଉ ଏକ ସଫଳ ଆୟୋଜନ କରିବା ନେଇ ଆଶା ରଖିଛନ୍ତି ଷ୍ଟାଡିୟମ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ଟେବୁଲ ଟେନିସ୍‌ ଆସୋସିଏସନ୍‌ର ସେକ୍ରେଟାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.