Below header

ଗଜପତି: ମୋହନା ବ୍ଳକ୍ ପାଣିଗଣ୍ଡା ସରକାରୀ ବିଦ୍ୟାଳୟରେ ଘୋଟାଲା, ଚୋରା ଚାଲାଣ ବେଳେ ଜବତ ହେଲା ମଧ୍ୟାହ୍ନ ଭୋଜନ ଚାଉଳ

ମୋହନା (କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ବ୍ଳକ ପାଣିଗଣ୍ଡା ସ୍ଥିିତ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ଅଭିଯୋଗ । ସୁରେନ୍ଦ୍ର ଆଚାର୍ଯ୍ୟ ନାମକ ବ୍ୟକ୍ତିଙ୍କ ଘରୁ ମଧ୍ୟାହ୍ନ ଭୋଜନ ଚାଉଳ ଜବତ କରିଛନ୍ତିି ଗାଁଲୋକ । ବିକ୍ରି ଉଦ୍ଦେଶ୍ୟରେ ସରକାରୀ ଚାଉଳ ରଖିଥିବା ଅଭିଯୋଗ ହୋଇଛି । ପ୍ରଧାନ ଶିକ୍ଷକ ସରପଞ୍ଚଙ୍କ ବଡ ଭାଇ ହୋଇଥିବାରୁ ଘଟଣାକୁ ଚପେଇ ଦିଆଯାଇଥିବା ପାଣିଗଣ୍ଡାର ମହିଳା ସଂଘ ଅଭିଯୋଗ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

riceସେପଟେ ଅଭିଯୋଗକୁ ସୁରେନ୍ଦ୍ର ଖଣ୍ଡନ କରିବା ସହ ଲୁହାଗୁଡି ସ୍ଥିତ ଆରଏମସି ଗୋଦାମରୁ ୪୨ ବସ୍ତା ଚାଉଳ ଗାଡିଥିବା ସଫେଇ ଦେଇଛନ୍ତି । ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତି ଯୋଗୁଁ ଚାଉଳ ନିଜ ଘରେ ରଖିଥିବା ସୁରେନ୍ଦ୍ର କହିଛନ୍ତି । ଏପଟେ ସ୍କୁଲ କର୍ମଚାରୀଙ୍କ ଅନୁପସ୍ଥିତ ଯୋଗୁଁ ଗାଡି ମାଲିକଙ୍କ ଘରେ ଚାଉଳ ଗଚ୍ଛିତ ଥିବା ପ୍ରଧାନ ଶିକ୍ଷକ କହିଛନ୍ତି । ଇତିମଧ୍ୟରେ ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ କହିିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.