ରାଜ୍ୟରେ ତିନିଟି ସ୍ଥାନରେ ମହାବଳ ବାଘର ସନ୍ଧାନ, ପୁରୁଷ ବାଘ ରହୁଥିବା ଜଂଗଲ ମୁହାଁ ସୁନ୍ଦରୀ

ସୁନ୍ଦରଗଡ଼ (କେନ୍ଯୁଜ୍): ରାଜ୍ୟରେ ତିନିଟି ସ୍ଥାନରେ ମିଳିଲା ମହାବଳ ବାଘ ସନ୍ଧାନ । ସୁନ୍ଦରଗଡ଼ ହେମଗିରି ଜଙ୍ଗଲ, ହୀରାକୁଦ ଦେବ୍ରୀଗଡ଼ ଓ ରାୟଗଡ଼ା ମୁନିଗୁଡ଼ା ବନାଞ୍ଚଳରେ ମହାବଳ ବାଘ ଚଳପ୍ରଚଳ ହେଉଥିବା ନେଇ ସନ୍ଧାନ ମିଳିଛି । ଏସବୁ ବନାଞ୍ଚଳରେ ଲାଗିଥିବା କ୍ୟାମେରାରେ ବାଘର ଫଟୋ କଏଦ ହୋଇଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ସୂଚନା ଦେଇଛନ୍ତି।

Satkosia-Tiger-Reserve-Tigrress-Sundari (1)

ଏଥି ସହିତ ସାତକୋଶିଆ ବାଘୁଣୀ ସୁନ୍ଦରୀ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସୁନ୍ଦରୀ ଧୀରେ ଧୀରେ ଘଞ୍ଚ ଜଙ୍ଗଲ ମୁହାଁ ହେଉଛି ଓ ଜନପଦ ଠାରୁ ଦୂରକୁ ଯାଉଛି । ସେପଟେ ବାଘୁଣୀ ସୁନ୍ଦରୀ ପୁରୁଷ ବାଘ ରହିଥିବା ସ୍ଥାନ ଆଡକୁ ଯାଉଥିବା ସୂଚନା ମିଳିଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.