Below header

ସରଗରମ ହେଉଛି କ୍ୟାମ୍ପସ୍‌ ରାଜନୀତି, ଅକ୍ଟୋବର ୧ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ବର (କେନ୍ଯୁଜ୍) : ଛାତ୍ର ସଂସଦ ନିର୍ବାଚନ ବିଗୁଲ ବାଜିବା ପରେ ସରଗରମ ହୋଇଛି କ୍ୟାମ୍ପସ । ଆରମ୍ଭ ହୋଇଛି କ୍ୟାମ୍ପସରେ ଗହଳଚହଳ । ଭୁବନେଶ୍ୱରର ବିଜେବି ଓ ରମାଦେବୀ ବିଶ୍ୱବିଦ୍ୟାଳୟରେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳିଛି ।  ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଜୋରସୋର ଲାଗିପଡ଼ିଲେଣି ଆଶାୟୀ ପ୍ରାର୍ଥୀ । ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥି ମାନଙ୍କ ନାମ ମଧ୍ୟ ଘୋଷଣା ହୋଇଗଲାଣି ।  ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ହୋଇଥିବାରୁ ରମାଦେବୀ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଅକ୍ଟୋବର ୧ରେ ନିଜନିଜ କଲେଜରେ ଛାତ୍ର ସଂସଦ ନିର୍ବାଚନ ନେଇ ପ୍ରକାଶ ପାଇବ ବିଞ୍ଜପ୍ତି । ୩ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ଛାତ୍ରଛାତ୍ରୀ । ୧୧ ତାରିଖରେ ନିର୍ବାଚନ । ରାଜ୍ୟର ପ୍ରମୁଖ ଦୁଇ ଦଳ ବିସିଜେଡି ଏବଂ ଏବିଭିପି ମଧ୍ୟରେ ହେବ ପ୍ରମୁଖ ଲଢେଇ ।

student

ସେପଟେ ରେଭେନ୍ସରେ ଚଳିତ ବର୍ଷ ପ୍ରତ୍ୟକ୍ଷ ନିର୍ବାଚନ ହେବ ନାହିଁ । ପରୋକ୍ଷ ନିର୍ବାଚନ ନେଇ କୁଳପତିଙ୍କ ସୂଚନା ପରେ ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ତେଜିଛି ଆନ୍ଦୋଳନ । ରେଭେନ୍ସା କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେଭେନ୍ସାର ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ । କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ ନିର୍ବାଚନ ନକଲେ ରେଭେନ୍ସାର ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ନିର୍ବାଚନ କରାଇବେ ବୋଲି କହିଛନ୍ତି । ରେଭେନ୍ସା କର୍ତ୍ତୃପକ୍ଷ କ୍ୟାମ୍ପସରେ ଶାନ୍ତି ବଜାୟ ରଖିବା ପରିବର୍ତ୍ତେ ନିଜେ ଅଶାନ୍ତିର ମାହୋଲ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.