ଖୁସି ଖବର ଦେଲେ ରାଜ୍ୟସରକାର, ଓଡିଶାରେ ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ

କେନ୍ୟୁଜ୍ (ବ୍ୟୁରୋ): ଓଡିଶାରେ ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଅତିରିକ୍ତ ସ୍ବାସ୍ଥ୍ୟ ସଚୀବ। ଏହି  ସୁସ୍ଥ  ହୋଇଥିବା ବ୍ୟକ୍ତିଙ୍କୁ  ମିଶାଇ ରାଜ୍ୟରେ  ସୁସ୍ଥ  ସଂଖ୍ୟା ୧୯୬ରେ ପହଞ୍ଚିଛି। ଏବେ ଆକ୍ଟିଭ କେସ୍ ୫୩୮ ବୋଲି ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟରେ ଆଗାମୀ ଦିନରେ ଆହୁରି ଅନେକ କରୋନା ରୋଗୀ ସୁସ୍ଥ ହେବେ ।

ପ୍ରଦୀପ୍ତ କହିଛନ୍ତି ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୮୬ ହଜାର ୧୪୦ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ୭୩୭ଟି ନମୁନା ପଜିଟିଭ ଚିହ୍ନଟ ହୋଇଛି । ୧୯୬ ଜଣ ସୁସ୍ଥ ହୋଇଥିବା ବେଳେ ୫୩୮ ଜଣ ଚିକିତ୍ସାଧୀନ ଅଛନ୍ତି । ତିନି ଜଣ ବ୍ୟକ୍ତି ଜୀବନ ହରାଇଛନ୍ତି ।

ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୧୨୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୬ ଜଣ, ଭଦ୍ରକ ଜିଲ୍ଲାରୁ ୪୬ ଜଣ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୬-୨୬ ଜଣ, ପୁରୀ ଜିଲ୍ଲାରୁ ୧୮ ଜଣ, ଅନୁଗୁଳ ଜିଲ୍ଲାରୁ ୧୫ ଜଣ, ମୟୂରଭଂଜ ଜିଲ୍ଲାରୁ ୧୧ ଜଣ, କଟକ ଜିଲ୍ଲାରୁ ୧୦ ଜଣ, ନୟାଗଡ଼ ଜିଲ୍ଲାରୁ ୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲାରୁ ୪-୪ ଜଣ, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.