Below header

ବ୍ରହ୍ମପୁର : ଚୋରା ଚାଲାଣ ବେଳେ ରେଳ ଷ୍ଟେସନରୁ ୩୪ କେଜି ଗଞ୍ଜେଇ ଜବତ

ବ୍ରହ୍ମପୁର (କେନ୍ୟୁଜ୍) : ବେଆଇନ ଭାବେ ଚୋରା ଗଞ୍ଜେଇ ଚାଲାଣ ବେଳେ ପୋଲିସ ବ୍ରହ୍ମପୁର ରେଳ ଷ୍ଟେସନର ୪ ନମ୍ୱର ପ୍ଲାଟଫର୍ମରୁ ତିନିଟି ଟ୍ରଲି ବ୍ୟାଗରେ ଥିବା ୩୪ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି । ଏଥିରେ ସଂପୃକ୍ତ ଦୁଇ ଜଣ ଯୁବକକୁ ଗିରଫ କରିଛି ପୋଲିସ । ଗିରଫ ଦୁଇଜଣ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ସୀମାଞ୍ଚଳ ପାତ୍ର ଓ ଶିବ ପ୍ରସାଦ ବେହେରା । ଗଞ୍ଜେଇ ଭର୍ତ୍ତି ବ୍ୟାଗ ଧରି ଟ୍ରେନକୁ ଅପେକ୍ଷା କରିଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଅତର୍କିତ ଚଢାଉ କରି ବେଆଇନ ଭାବେ ଚାଲାଣ କରୁଥିବା ଦୁଇ ଜଣଙ୍କୁ ଗିରଫ କରିବା ସହ ଗଞ୍ଜେଇ ଜବତ କରିଛି । ତେବେ ଏହି ଚୋରା ଗଞ୍ଜେଇ କେଉଁଠାରୁ ଆଣୁଥିଲେ ଓ କେଉଁ ସ୍ଥାନକୁ ନେବା ପାଇଁ ପ୍ରସ୍ତୁତ ହେଉଥିଲେ ତାହା ସ୍ପଷ୍ଟ ଜଣା ପଡିନଥିବା ବେଳେ ଗୋଷାଣି ନୂଆଗାଁ ଥାନା ପୋଲିସ ଏନେଇ ଅଧିକା ତଦନ୍ତ ଜାରି ରଖିଥିବା ସହ ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.