ବ୍ରହ୍ମପୁର: ରୋଡ ଉପରେ ମହିଳା ପ୍ରସବ ଘଟଣା, ଦୁଇ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କର୍ତ୍ତୃପକ୍ଷ

ଦୁଇ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କର୍ତ୍ତୃପକ୍ଷ । ଗତକାଲି ବ୍ରହ୍ମପୁର ସହରର କୋର୍ଟପେଟା ଛକ ରାସ୍ତା ମଝିରେ ପ୍ରସବ କରିଥିଲେ ମହିଳା। ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ଅଞ୍ଚଳର ଗର୍ଭବତୀ ମହିଳା କେ. ପାର୍ବତୀ ପ୍ରସବ ପାଇଁ ବ୍ରହ୍ମପୁର ବଡ ମେଡିକାଲ ଆସୁଥିଲେ। ଛକରେ ବସ୍‌ରୁ ଓହ୍ଲାଇବା ପରେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ସ୍ଥାନୀୟ କିଛି ମହିଳା ତୁରନ୍ତ ତାଙ୍କୁ ସହଯୋଗ କରିଥିଲେ। ରାସ୍ତାରେ ଏକ କନ୍ୟା ସନ୍ତାନକୁ ମହିଳା ଜଣକ ଜନ୍ମ ଦେଇଥିଲେ। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର ଡାକ୍ତର ଦେବଦର୍ଶିନୀ ସାହୁ ଓ ତାଙ୍କ ସହଯୋଗୀ ସଫଳତାର ସହ ମହିଳାଙ୍କର ପ୍ରସବ କରାଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲକୁ ପଠାଇଥିଲେ। ଆଜି ମେଡିକାଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ଉଭୟ ବେଶ ଖୁସି ଓ ଏଭଳି କାର୍ଯ୍ୟ କରି ଆତ୍ମସନ୍ତୋଷ ପାଇଥିବା କହିଛନ୍ତି। ଉଭୟ ମହିଳା ଏବଂ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ଡିନ୍‌, ଅଧୀକ୍ଷକ ଏବଂ ପ୍ରଶାସନିକ ଅଧିକାରୀ ଦୁଇ ଜଣ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଦୁଇ ଜଣ ଡାକ୍ତର ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ତାଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.