କେନ୍ଦୁଝର ସୁଣ୍ଡୁରା ଗାଁରେ ହାତୀ ଭୟ, ଗଛରେ ମଞ୍ଚା ବାନ୍ଧି ରହୁଛନ୍ତି ଲୋକେ

ହାତୀ ଭୟରେ ଗଛରେ ମଞ୍ଚା ବାନ୍ଧି ରହୁଛନ୍ତି ଲୋକେ । କେନ୍ଦୁଝର ବାଂଶପାଳ ବ୍ଲକ ତଳକାଦକଲା ପଞ୍ଚାୟତର ଜଙ୍ଗଲ ପାର୍ଶ୍ୱ ଗାଁ ସୁଣ୍ଡୁରାରେ ଲୋକଙ୍କୁ ହାତୀ ଭୟ ଘାରିଛି । ଭୟରେ ଲୋକେ ଚାଷବାଷ ଛାଡିଦେଇଥିବାବେଳେ ଘରେ ରହିବାକୁ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି । ସୁଣ୍ଡୁରା ଗାଁର ମହୁର ନାଏକ ଆଜିକୁ ୨ ମାସ ହେଲା ଗଛ ଉପରେ ମଞ୍ଚା ବାନ୍ଧି ରହୁଛନ୍ତି । ତାଙ୍କ ସହ ତାଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ଗଛ ଉପରେ ରହୁଛନ୍ତି ।ଜଙ୍ଗଲ ବିଭାଗ କର୍ମଚାରୀ ପାଟ୍ରୋଲିଂରେ ଆସୁନଥିବା ଅଭିଯୋଗ ହୋଇଛି । କେବଳ ମହୁର ନୁହଁନ୍ତି ଗାଁର ଅନେକ ଲୋକ ହାତୀ ଭୟରେ ଗଛରେ ମଞ୍ଚାବାନ୍ଧି ରହୁଥିବା କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.