ଲାଓସରେ ଫସି ରହିଛନ୍ତି ୩୫ ଓଡ଼ିଆ, ଉଦ୍ଧାର ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ

ସେପଟେ ଲାଓସରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ। ଲାଓସକୁ କାମ କରିବାକୁ ଯାଇ ସେଠାରେ ଫସି ରହିଛନ୍ତି ୩୫ ଓଡ଼ିଆ। ସେମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ଶ୍ରମ କମିସନର ଲାଓସସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଛନ୍ତି। ଦୂତାବାସ କର୍ତ୍ତୃପକ୍ଷ ଫସିରହିଥିବା ଶ୍ରମିକମାନଙ୍କ ସହ ଯୋଗାଯୋଗରେ ରହିଥିବା କହିଛନ୍ତି। ସ୍ବଦେଶକୁ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଆବଶ୍ଯକ ପଦକ୍ଷେପ ଗ୍ରହଣ କରାଯାଉଥିବା ଦୂତାବାସ ପକ୍ଷରୁ କୁହାଯାଇଛି।