ଅନ୍ବେଷା ହଷ୍ଟେଲର ୧୭ ଛାତ୍ରୀ ଅସୁସ୍ଥ, ୭ ଜଣ ଛାତ୍ରୀ ଚିକିତ୍ସା ପରେ ହଷ୍ଟେଲକୁ ଫେରିଲେ
ଅନ୍ବେଷା ହଷ୍ଟେଲର ୧୭ ଛାତ୍ରୀ ଅସୁସ୍ଥ। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ବେଲଦା ସ୍ଥିତ ଅନ୍ଵେଷା ହଷ୍ଟେଲରେ ଅଘଟଣ। ଆଜି ସକାଳେ ହଷ୍ଟେଲର ୧୧୩ଜଣ ଛାତ୍ରୀ ଖାଇବା ପରେ ପଳାସପଙ୍ଗା ଗ୍ରୀନ୍ ଫିଲଡ଼୍ ସ୍କୁଲକୁ ପଢିବାକୁ ଯାଇଥିଲେ।
ଅନ୍ବେଷା ହଷ୍ଟେଲର ୧୭ ଛାତ୍ରୀ ଅସୁସ୍ଥ। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ବେଲଦା ସ୍ଥିତ ଅନ୍ଵେଷା ହଷ୍ଟେଲରେ ଅଘଟଣ। ଆଜି ସକାଳେ ହଷ୍ଟେଲର ୧୧୩ଜଣ ଛାତ୍ରୀ ଖାଇବା ପରେ ପଳାସପଙ୍ଗା ଗ୍ରୀନ୍ ଫିଲଡ଼୍ ସ୍କୁଲକୁ ପଢିବାକୁ ଯାଇଥିଲେ।
ସେଠାରେ ୨୪ଜଣ ଜ୍ବରରେ ପୀଡିତ ହୋଇଥିଲେ। ପରେ ହଷ୍ଟେଲ କର୍ତ୍ତୃପକ୍ଷ ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ। ୭ ଜଣ ଛାତ୍ରୀ ଚିକିତ୍ସା ପରେ ହଷ୍ଟେଲକୁ ଫେରିଥିବା ବେଳେ ଅନ୍ୟ ୧୭ଜଣ ଥଣ୍ଡା ଜ୍ବରରେ ପୀଡ଼ିତ ଥିବା ଏଡିଏମଓ କହିଛନ୍ତି। ଚିକିତ୍ସାଧୀନ ଛାତ୍ରୀଙ୍କ ସ୍ବାସ୍ଥ୍ଯାବସ୍ଥା ସ୍ଥିର ରହିଥିବା ସେ କହିଛନ୍ତି।