ମାଛର ଓଜନ ୨ କୁଇଣ୍ଟାଲ, ଲକ୍ଷେ ୨୭ ହଜାର ଟଙ୍କାରେ ହେଲା ବିକ୍ରି

ମାଛର ଓଜନ ୨ କୁଇଣ୍ଟାଲ । ଓଡ଼ିଶା - ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ମୁହାଣରେ ଥିବା ମାଛ ମାର୍କେଟରେ ଦେଖିବାକୁ ମିଳିଛି ୨ କ୍ବିଣ୍ଟାଲ ଓଜନର ବିରାଟକାୟ କୋଈଭୋଲା ମାଛ । ଏହି ବିଶାଳକାୟ ମାଛକୁ ଓଡିଶାର ପାରାଦୀପ ଅଞ୍ଚଳରୁ ଧରାଯାଇଛି ବୋଲି ଜଣାପଡ଼ିଛି ।

ମାଛର ଓଜନ ୨ କୁଇଣ୍ଟାଲ । ଓଡ଼ିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ମୁହାଣରେ ଥିବା ମାଛ ମାର୍କେଟରେ ଦେଖିବାକୁ ମିଳିଛି ୨ କ୍ବିଣ୍ଟାଲ ଓଜନର ବିରାଟକାୟ କୋଈଭୋଲା ମାଛ । ଏହି ବିଶାଳକାୟ ମାଛକୁ ଓଡିଶାର ପାରାଦୀପ ଅଞ୍ଚଳରୁ ଧରାଯାଇଛି ବୋଲି ଜଣାପଡ଼ିଛି ।

ଏତେ ବଡ଼ ମାଛଟିକୁ ଧରିବା ପରେ ମତ୍ସ୍ୟଜୀବୀମାନେ ଅଧିକ ଦାମରେ ବିକ୍ରି କରିବା ପାଇଁ ପଶ୍ଚିମ ବଙ୍ଗର ଦୀଘା ମାଛ ମାର୍କେଟକୁ ଆଣିଥିଲେ । ଏହି ମାଛରୁ ବିଭିନ୍ନ ପ୍ରକାର ଜଟିଳ ରୋଗର ଚିକିତ୍ସା ପାଇଁ ଔଷଧ ତିଆରି ହୋଇଥାଏ । ବିଦେଶରେ ଏହାର ବେଶ ଚାହିଦା ରହିଛି ।

ନିଲାମ ଡକାଯିବା ପରେ ମାଛଟିକୁ କଲିକତାର ଏକ କମ୍ପାନୀ ଏକ ଲକ୍ଷ ୨୭ ହଜାର ଟଙ୍କା ରେ କିଣି ବିଦେଶ କୁ ରପ୍ତାନି କରି ଥିବା ସୂଚନା ମିଳିଛି । ଏହି ବିରାଟ କୋଈଭୋଲା ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.