ପ୍ଲଟ ଓ ଫ୍ଲାଟ ଦେବା ନାଁରେ ୪ କୋଟି ଠକେଇ, GLF ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡର ଏମଡି ଗିରଫ
ପ୍ଲଟ ଓ ଫ୍ଲାଟ ଦେବା ନାଁରେ ୪ କୋଟି ଠକେଇ । ବିଲଡର୍ କମ୍ପାନୀ GLF ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡର ଏମଡି ଦୀପକ କୁମାର ଚୌଧୁରୀ ଗିରଫ । ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଦୀପକଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି EOW ।

ଭୁବନେଶ୍ୱର (କେନ୍ୟୁଜ): ପ୍ଲଟ ଓ ଫ୍ଲାଟ ଦେବା ନାଁରେ ୪ କୋଟି ଠକେଇ । ବିଲଡର୍ କମ୍ପାନୀ GLF ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡର ଏମଡି ଦୀପକ କୁମାର ଚୌଧୁରୀ ଗିରଫ । ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଦୀପକଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି EOW । ପ୍ଲଟ ଓ ଫ୍ଲାଟ ଯୋଗାଇ ଦେବା ନାଁରେ ଦୀପକ ୩୫ଜଣଙ୍କୁ ଠକେଇ କରିଥିବାନେଇ ଅଭିଯୋଗ ହୋଇଥିଲା । ଦୀପକ ଛୋଟରାୟ ପାତ୍ରପଡ଼ାରେ ପ୍ରଥମେ ପ୍ଲଟ ଦେବାକୁ କହି ଟଙ୍କା ନେଇଥିଲେ । ପରେ ସେଠାରେ ପ୍ଲଟ ଦେବା ସମ୍ଭବ ହେଉନଥିବା କହି ଗାଡ଼କଣରେ ଫ୍ଲାଟ ଦେବାକୁ ପ୍ରତିଶୃତି ଦେଇଥିଲେ ।
୨୦୧୬ରୁ ୨୦୧୯ ମଧ୍ୟରେ ପ୍ଲଟ ଯୋଗାଇ ଦେବାକୁ କହି ୩୫ ଜଣଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲେଖାଏଁ ନେଇଥିଲେ। ହେଲେ ଟଙ୍କା ନେବା ପରେ ପ୍ଲଟ କି ଫ୍ଟାଟ କିଛି ବି ଦେଇନଥିଲେ । ଟଙ୍କା ମଧ୍ୟ ଫେରାଇ ନଥିଲେ । ଏହାପରେ ଠକେଇ ନେଇ EOWରେ ଅଭିଯୋଗ ହୋଇଥିଲା ।