ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ କରନ୍ତୁ ଏହି ୫ଟି କାମ, ତୁରନ୍ତ ମିଳିବ ଆରାମ

ପିଠି ଯନ୍ତ୍ରଣା ଲୋକଙ୍କୁ ବହୁତ ଅସୁବିଧାରେ ପକାଇଥାଏ, ଯେଉଁ କାରଣରୁ ଲୋକମାନେ ବହୁତ କଷ୍ଟରେ ରୁହନ୍ତି । ତେବେ ଆପଣ କିଛି ଏପରି କାର୍ଯ୍ୟ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଆପଣ ଗୋଟିଏ ସ୍ଥାନରେ ଅଧିକ ସମୟ ବସିବା ଉଚିତ୍ ନୁହେଁ ।

ଆଜିକାଲି ଲୋକମାନଙ୍କର ପିଠି ଯନ୍ତ୍ରଣା ଏକ ବଡ ସମସ୍ୟା ପାଲଟିଛି । ତେବେ ଲୋକମାନେ ଏ ବିଷୟରେ ବହୁତ ଚିନ୍ତିତ ରହୁଛନ୍ତି । ଏହା ସହ ତଳକୁ ନଇଁ କାମ କରିବା ଅତ୍ୟଧିକ ଅସହ୍ୟ ଯନ୍ତ୍ରଣା ଦେଉଛି । ଅନେକ ଲୋକ ଅଳ୍ପ ବୟସରେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର କାରଣ ହେଉଛି ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ବସିବା କାରଣରୁ ଏହି ସମସ୍ୟା ହୋଇଥିଏ । ଏଥିପାଇଁ ଉଠିବା, ବସିବା ଏବଂ ଚାଲିବା ମଧ୍ୟ ବହୁତ କଷ୍ଟକର ହୋଇଯାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କିପରି ଭାବେ ଏହି ସବୁ ଉପାୟରେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବେ ।

ଅଧିକ ସମୟ ବସିବା ଉଚିତ୍ ନୁହେଁ :
ପିଠି ଯନ୍ତ୍ରଣା ଲୋକଙ୍କୁ ବହୁତ ଅସୁବିଧାରେ ପକାଇଥାଏ, ଯେଉଁ କାରଣରୁ ଲୋକମାନେ ବହୁତ କଷ୍ଟରେ ରୁହନ୍ତି । ତେବେ ଆପଣ କିଛି ଏପରି କାର୍ଯ୍ୟ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଆପଣ ଗୋଟିଏ ସ୍ଥାନରେ ଅଧିକ ସମୟ ବସିବା ଉଚିତ୍ ନୁହେଁ । ସେଥିପାଇଁ ଯେଉଁ ସ୍ଥାନରେ ବସୁଛନ୍ତି କିଛି ସମୟକୁ କିଛି ସମୟ ଉଠିବା ଏବଂ ବହାରକୁ ଯିବା ଉଚିତ ।

ବସିବା ପାଇଁ ଉପଯୁକ୍ତ ସ୍ଥାନ ବାଛନ୍ତୁ :
ତେବେ ଆପଣ ନିଜ ବସିବା ପାଇଁ ଉପଯୁକ୍ତ ସ୍ଥାନ ବାଛିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଯେତେବେଳେ ବି ଆପଣ କୌଣସି ଭୁଲ ସ୍ଥାନରେ ବସିବେ, ସେତେବେଳେ ଆପଣଙ୍କ ପିଠିରେ ଯନ୍ତ୍ରଣା ଅଧିକ ହେବାକୁ ଲାଗିବ । ସଠିକ୍ ଭାବରେ ବସିବା ଦ୍ୱାରା ବ୍ୟାକ୍ ପେନ୍‌ କମିବାର ଅଧିକ ସମ୍ଭାବନା ରହିଛି ।

ପ୍ରତିଦିନ ତେଲ ମାଲିସ୍ କରନ୍ତୁ :
ଯଦି ଆପଣଙ୍କ ପିଠିରେ ଯନ୍ତ୍ରଣା ହେଉଛି, ତେବେ ଆପଣ ପାଇଁ ପ୍ରତିଦିନ ତେଲ ମାଲିସ୍ କରିବା ଭଲ ହୋଇଥାଏ । ତେଲ ମସାଜ କରିବା ଦ୍ୱାରା ଆପଣଙ୍କ ଅଣ୍ଟାକୁ ବହୁତ ଆରାମ ମିଳିଥାଏ ।

ରସୁଣ ତେଲ ସହିତ ମାଲିସ୍ କରିପାରିବେ :
ରସୁଣ ତେଲରେ ମାଲିସ୍ କରି ଆପଣ ଯନ୍ତ୍ରଣାରୁ ଅନେକ ଆରାମ ପାଇବେ । ରସୁଣକୁ ବ୍ରାଉନ୍‌ କଲର ହେବା ପର୍ଯ୍ୟନ୍ତ ଭାଜନ୍ତୁ ଏବଂ ଉଷୁମ ହେବା ପରେ ଏହାକୁ ନେଇ ଅଣ୍ଟାରେ ମସାଜ୍ କରନ୍ତୁ ।

ଯୋଗାସନ :
ସବୁବେଳେ ଫିଟ୍ ରହିବାକୁ ହେଲେ ପ୍ରତିଦିନ ଯୋଗ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ସବୁଦିନ ଯୋଗ କରିବା ବହୁତ ଭଲ ହୋଇଥାଏ । ସେଥିପାଇଁ ପ୍ରତିଦିନ ଫିଟ୍‌ ରହିବା ପାଇଁ ଯୋଗ କରିବା ଉଚିତ । ଯାହାଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.