ଡାକ୍ତରଙ୍କୁ ମାଡ ମାରିବା ଘଟଣା, ଗିରଫ ହେଲେ ମୃତ ଜେଏନଭି ଛାତ୍ରୀ ସୌଦାମିନୀଙ୍କ ମାଆ

ମୃତ ଜେଏନଭି ଛାତ୍ରୀ ସୌଦାମିନୀଙ୍କ ମାଆ ସୁଜ୍ଞାନୀ ଗମାଙ୍ଗଙ୍କୁ ଆଜି ଗିରଫ କରିଛି ପୋଲିସ୍। ତେବେ କଡା ସୁରକ୍ଷା ଭିତରେ ପାରଳାଖେମୁଣ୍ଡି ପୋଲିସ୍ ସୁଜ୍ଞାନୀଙ୍କୁ କୋର୍ଟ ଚାଲାଣ କରିଥିଲା। କାର୍ଯ୍ୟରତ ଡାକ୍ତରଙ୍କୁ ଜୋତାରେ ମାଡ ଘଟଣାରେ ତାଙ୍କୁ ଗିରଫ କରାଯାଇଛି ।

ଗଜପତି(କେନ୍ୟୁଜ):  ଗତ ଦୁଇ ଦିନ ତଳେ ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ଆଜି ଗିରଫ ହୋଇଛନ୍ତି ମହିଳା ।  ମୃତ ଜେଏନଭି ଛାତ୍ରୀ ସୌଦାମିନୀଙ୍କ ମାଆ ସୁଜ୍ଞାନୀ ଗମାଙ୍ଗଙ୍କୁ ଆଜି ଗିରଫ କରିଛି ପୋଲିସ୍। ତେବେ କଡା ସୁରକ୍ଷା ଭିତରେ ପାରଳାଖେମୁଣ୍ଡି ପୋଲିସ୍ ସୁଜ୍ଞାନୀଙ୍କୁ କୋର୍ଟ ଚାଲାଣ କରିଥିଲା। କାର୍ଯ୍ୟରତ ଡାକ୍ତରଙ୍କୁ ଜୋତାରେ ମାଡ ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ପାରଳାଖେମୁଣ୍ଡି ଥାନାରେ ୩୦/୨୪ରେ ରୁଜୁ ହୋଇଥିଲା ମାମଲା । ଆଇପିସି ୩୪୧, ୩୩୨, ୨୯୪, ୩୫୫, ୪୨୭ ଓ ୫୦୬ ଲଗାଇଛି ପୋଲିସ । ଭିଜୁଆଲକୁ ଭିତ୍ତି କରି ପ୍ରଥମିକ ତଦନ୍ତ କରୁଥିଲା ପୋଲିସ।

ସୂଚନା ମୁତାବକ, ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ରସ୍ମୀରଞ୍ଜନ ମିଶ୍ରଙ୍କୁ ମାଡ ମାରିଥିଲେ ସୁଗ୍ୟାନୀ। ପ୍ରଥମେ ହାତ ପରେ ଜୋତାରେ ନନ୍‌ଷ୍ଟପ ମାଡ ମାରିଥିଲେ ଡାକ୍ତର ମିଶ୍ରଙ୍କୁ । ସୌଦାମିନିଙ୍କ ମା ସୁଜ୍ଞାନି ଜଣେ ରୋଗୀ ଭାବେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ତିକିତ୍ସାଳୟକୁ ଯାଇ ଧାଡିରେ ପ୍ରଥମେ ଜଗିଲେ ପରେ ତାଙ୍କ ନମ୍ବର ଆସିଥିଲା ଡ୍ୟୁଟିରେ କର୍ଣ୍ଣ,ନାସା ଓ ଗଳା ବିଶେସଜ୍ଞ ଡାକ୍ତର ରସ୍ମୀରଞ୍ଜନଙ୍କୁ ନିଜ ଝିଅର ଶବବ୍ୟବଛେଦ ରିପୋର୍ଟ ଦେଖାଇ ବିଭିନ୍ନ ପ୍ରଶ୍ନ କରିଥିଲେ । ପରେ ସେ ହଠାତ୍ ନିଜେ ପିନ୍ଧିଥିବା ଜୋତା ବାହାର କରି ମାଡ ଉପରେ ମାଡ ମାରିଥିଲେ ।

ତେବେ ୨୦୨୩ ଫେବୁଆରୀ ମାସରେ ସୁଜ୍ଞାନୀ ଗମାଙ୍ଗଙ୍କ ଝିଅ ସୌଦାମୀନି ରଇତଙ୍କ ମୃତ୍ୟୁ ହୋଇଥିଲା । ସୌଦାମୀନି ଜେଏନଭି ପାରଳାଖେମୁଣ୍ଡିରେ ପାଠ ପଢୁଥିଲେ । ସୌଦାମୀନିଙ୍କ ମୁତ୍ୟୁର ତଦନ୍ତ ପ୍ରଥମେ ପାରଳାଖେମୁଣ୍ଡି ପୋଲିସ ପରେ କ୍ରାଇମବ୍ରାଞ୍ଚ ହାତକୁ ନେଇଥିଲା । ତେବେ ସୌଦାମିନିର ଶବ ବ୍ୟବଛେଦ କରି ଡାକ୍ତର ରସ୍ମୀରଞ୍ଜନ ସଠିକ ରିପୋର୍ଟ ଦେଇନାହାନ୍ତି, ତେଣୁ ପୁଣି ଥରେ ଶବବ୍ୟବଛେଦ କରାଯାଉ ବୋଲି ସୌଦାମୀନିଙ୍କ ମାଆ ସୁଜ୍ଞାନୀ ଦାବି କରିଛନ୍ତି ।