ହସ୍ପିଟାଲ ବେଡ୍‌ରେ ପ୍ରେମିକକୁ ବିବାହର ୧୮ ଘଣ୍ଟା ପରେ ଆଖି ବୁଜିଲେ ପ୍ରେମିକା

ପ୍ରେମକୁ ନେଇ ଆମ ସାମ୍ନାକୁ ଅନେକ କାହାଣୀ ଆସିଛି । କିଛି କାହାଣୀ ମଜାଦାର ଥିବା ବେଳେ ଅନେକ ଦୁଃଖଦ କାହାଣୀ ସାମ୍ନାକୁ ଆସିଥାଏ । ବର୍ତ୍ତମାନ ଏପରି ଏକ କାହାଣୀ ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ଏବଂ ଆଖିରେ ଦେଖିଲେ ବିଶ୍ୱାସ କରିପାରିବେନି । ସୋସିଆଲ ମିଡିଆରେ ଏକ ଦମ୍ପତିଙ୍କ ପ୍ରେମର ଏକ ନିଆରା କାହାଣୀ ସାମ୍ନାକୁ ଆସିଛି, କିନ୍ତୁ ଏହି ପ୍ରେମ କାହାଣୀ ଦେଖିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ ।

ପ୍ରେମକୁ ନେଇ ଆମ ସାମ୍ନାକୁ ଅନେକ କାହାଣୀ ଆସିଛି । କିଛି କାହାଣୀ ମଜାଦାର ଥିବା ବେଳେ ଅନେକ ଦୁଃଖଦ କାହାଣୀ ସାମ୍ନାକୁ ଆସିଥାଏ । ବର୍ତ୍ତମାନ ଏପରି ଏକ କାହାଣୀ ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ଏବଂ ଆଖିରେ ଦେଖିଲେ ବିଶ୍ୱାସ କରିପାରିବେନି । ସୋସିଆଲ ମିଡିଆରେ ଏକ ଦମ୍ପତିଙ୍କ ପ୍ରେମର ଏକ ନିଆରା କାହାଣୀ ସାମ୍ନାକୁ ଆସିଛି, କିନ୍ତୁ ଏହି ପ୍ରେମ କାହାଣୀ ଦେଖିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ ।

ପ୍ରକୃତ ପ୍ରେମ କଣ ଆପଣ ବୁଝିପାରିବେ । ପ୍ରେମ ଶାଶ୍ୱତ, ଚିରନ୍ତନ ଏହି ପ୍ରେମ କାହାଣୀକୁ ଦେଖିଲେ ଆପଣ ବି କହିବେ ଏ ହିଁ ପ୍ରକୃତ ପ୍ରେମ । ହସ୍ପିଟାଲ ବେଡ୍‌ରେ ପ୍ରେମିକା ଜଣକ କନିଆ ବେଶରେ ସଜେଇ ହୋଇ ନିଜ ପ୍ରେମିକକୁ ବିବାହ କରିଛନ୍ତି । ଆଉ ବିବାହର ଠିକ୍‌ ୧୮ ଘଣ୍ଟା ପରେ ପ୍ରେମିକା ଜଣକ ଆଖି ବୁଜିଛନ୍ତି ।

ପ୍ରକୃତରେ, ଜଣେ ଅସୁସ୍ଥ ପ୍ରେମିକା ନିଜ ପ୍ରେମିକଙ୍କୁ ଡାକ୍ତରଖାନାରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ବିବାହ ମଧ୍ୟ ହୋଇଥିଲା, ମାତ୍ର ୧୮ଘଣ୍ଟା ପରେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଏହି ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀ ଭାଇରାଲ ହେବାରେ ଲାଗିଛି । ଆପଣ ଭାବୁଥିବେ ଯେ ମହିଳା ଜଣକ କେଉଁ ରୋଗରେ ମୃତ୍ୟୁ ବରଣ କରିଥିଲେ ? ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯୁବତୀ ଜଣକ ସ୍ତନ କର୍କଟରେ ପୀଡିତ ଥିଲେ। ଏଭଳି ପରିସ୍ଥିତିରେ ସେ ପ୍ରେମିକାଙ୍କୁ ହସ୍ପିଟାଲ ବେଡରେ ବିବାହ କରିଥିଲେ।

ଏଭଳି ଆଶ୍ଚର୍ଯ୍ୟଜନକ ପ୍ରେମ କାହାଣୀ ସୋଶିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଜାନୁଆରୀ ୨୯ ରେ ରାତି ୮ ଟାରେ ଏକ୍ସରେ ସେୟାର କରାଯାଇଥିଲା ଏବଂ ଏହି ପୋଷ୍ଟ ଭାଇରାଲ ହୋଇଥିଲା। ବର୍ତ୍ତମାନ ୯୦ ଲକ୍ଷ ଲୋକ ଏହାକୁ ଦେଖିଥିବା ବେଳେ ୭୬ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି । ଯୁବତୀଙ୍କ ନାମ ହେଥର ମୋଶେର ଥିଲା । ହେଥର ମୋଶେର ହସ୍ପିଟାଲ ବେଡରେ କନିଆ ବେଶରେ ସଜ ହୋଇ ଡେଭିଡଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ୧୮ ଘଣ୍ଟା ପରେ ମୃତ୍ୟୁ ବରଣ କଲେ । ତେବେ ଏହି ଦମ୍ପତି ପ୍ରଥମେ ୨୦୧୫ ମସିହାରେ ଏକ ସ୍ୱିଙ୍ଗ୍ ଡ୍ୟାନ୍ସ କ୍ଲାସରେ ଭେଟିଥିଲେ । ତାପରେ ଉଭୟ ପ୍ରଥମ ଦେଖାରେ ପ୍ରେମରେ ପଡିଥିଲେ। ଡେଭିଡ ମୋଶେର କହିଛନ୍ତି ଯେ, ଡିସେମ୍ବର ୨୩, ୨୦୧୬ ରେ ସେ ହେଥରଙ୍କୁ ପ୍ରସ୍ତାବ ଦେବାକୁ ଯାଉଥିଲେ । କିନ୍ତୁ ସେ ଜାଣିବାକୁ ପାଇଲେ ଯେ ସେ କର୍କଟ ରୋଗରେ ପୀଡିତ ଅଛନ୍ତି। ହେଲେ ତଥାପି ସେ ବିବାହ କରିବାକୁ ଚାହିଁଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.