ରିଲିଜ ହେଲା ବହୁ ପ୍ରତିକ୍ଷିତ ୱେବ ସିରଜ ‘ହୀରାମଣ୍ଡି’ର ଟିଜର, ଜାଣନ୍ତୁ କ’ଣ ରହିଛି ଏହାର କାହାଣୀ

୨୦୨୪ରେ, ଲୋକମାନେ ଅନେକ ଫିଲ୍ମ ଏବଂ ୱେବ୍ ସିରିଜ୍ ପାଇଁ ଅପେକ୍ଷା କରିଛନ୍ତି । ଏହା ମଧ୍ୟରୁ ସଞ୍ଜୟ ଲୀଲା ଭଂସାଲୀଙ୍କ 'ହିରାମଣ୍ଡି' ଅନ୍ୟତମ । ଫେବୃଆରୀ ୧ରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ନିଜ ସିରିଜର ଫାଷ୍ଟ ଭିଡିଓ ସେୟାର କରିଛନ୍ତି, ଅର୍ଥାତ୍ ଆଜି ଏହାର ଟିଜର ରିଲିଜ ହୋଇଛି । ଏହି ଟିଜରରେ ଅଦିତି ରାଓ ହାଇଦରୀ, ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ରିଚା ଚଢା,ସଞ୍ଜୀଦା ଶେଖ ଏବଂ ଶର୍ମନି ଶେହଗଲ ନଜର ଆସିଛନ୍ତି ।

୨୦୨୪ରେ, ଲୋକମାନେ ଅନେକ ଫିଲ୍ମ ଏବଂ ୱେବ୍ ସିରିଜ୍ ପାଇଁ ଅପେକ୍ଷା କରିଛନ୍ତି । ଏହା ମଧ୍ୟରୁ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ହିରାମଣ୍ଡି’ ଅନ୍ୟତମ । ଫେବୃଆରୀ ୧ରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ନିଜ ସିରିଜର ଫାଷ୍ଟ ଭିଡିଓ ସେୟାର କରିଛନ୍ତି, ଅର୍ଥାତ୍ ଆଜି ଏହାର ଟିଜର ରିଲିଜ ହୋଇଛି । ଏହି ଟିଜରରେ ଅଦିତି ରାଓ ହାଇଦରୀ, ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ରିଚା ଚଢା,ସଞ୍ଜୀଦା ଶେଖ ଏବଂ ଶର୍ମନ ଶେହଗଲ ନଜର ଆସିଛନ୍ତି । ୬ଜଣ ସୁନ୍ଦରୀଙ୍କ ଲୁକ୍ ଖୁବ ସୁନ୍ଦର ଲାଗୁଛି । ଟିଜରରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ସିରିଜ୍ ବହୁତ ଭବ୍ୟ ହେବାକୁ ଯାଉଛି, ସଞ୍ଜୟ ଲୀଲା ଭଂସାଲି ଏହି ଭଳି ଫିଲ୍ମ ପାଇଁ ଖୁବ ଜଣାଶୁଣା ।

ସଞ୍ଜୟ ଲୀଲା ଭଂସାଲୀଙ୍କ ଏହା ପ୍ରଥମ ୱେବ୍ ସିରିଜ୍ ହୋଇଥିବାରୁ ‘ହିରାମଣ୍ଡି’ ଖୁବ ଜବରଦସ୍ତ ହୋଇଛି । ସିରିଜର ପ୍ରଥମ ଲୁକରେ ଅନେକ ବଡ ଷ୍ଟାର କାଷ୍ଟ, ବିଳାସପୂର୍ଣ୍ଣ ମହଲ ଏବଂ ସୁନ୍ଦର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଦେଖାଯାଇଛି । ପ୍ରତ୍ୟେକ ଅଭିନେତ୍ରୀଙ୍କ ଲୁକ ଏବଂ ମନୋଭାବ ଦେଖାଇବାକୁ ଟିଜରରେ ଏକ ପ୍ରୟାସ କରାଯାଇଛି । ଏହି ଟିଜରରେ ଗୋଟିଏ ବି ଡାଇଲଗ ନାହିଁ । ଆହୁରି ମଧ୍ୟ ଏହି ଟିଜରରେ ପ୍ରେମ, ଶକ୍ତି ଏବଂ ସ୍ୱାଧୀନତାର କାହାଣୀ ରହିଛି । ବର୍ତ୍ତମାନ ସଞ୍ଜୟ ଲୀଳା ଭଂସାଲୀ ଟିଜର ରିଲିଜରୁ ଏହା ସ୍ପଷ୍ଟ ହେଉଛି ଯେ ଏହି ସିରିଜରେ ମେଗା ସେଟ୍, ରାଜକୀୟ ଷ୍ଟାଇଲ୍ ପୋଷାକ ଏବଂ ଚମତ୍କାର ଡ୍ୟାନ୍ସ କୋରିଓଗ୍ରାଫି ଦେଖିବାକୁ ମିଳିବ ।

ଅଦିତି ରାଓ ହାଇଦରୀ, ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ରିଚା ଚାଢା, ସଞ୍ଜୀଦା ଶେଖ ଏବଂ ଶର୍ମନ ସହଗଲ ମୁଖ୍ୟ ଭୂମିକାରେ ଅଛନ୍ତି । ସଞ୍ଜୟ ଲୀଲା ଭନସାଲୀ ତାଙ୍କ ସିରିଜରେ ‘ହିରାମଣ୍ଡି’ ସେକ୍ସ ୱାର୍କରଙ୍କ କାହାଣୀ ଦେଖାଇବେ, ଯେଉଁମାନେ ହିରାମଣ୍ଡି ନାମକ ଏକ ସ୍ଥାନରେ ରହୁଛନ୍ତି । ଟିଜରରେ ଦେଖାଯାଇଥିବା ଲୁକ ଅନୁଯାୟୀ, କାହାଣୀଟି ସ୍ୱାଧୀନତା ସଂଗ୍ରାମ ସମୟରେ । ଏହି ୱେବ ସିରିଜରେ, ସ୍ୱାଧୀନତା ସଂଗ୍ରାମ ମଧ୍ୟରେ ସେକ୍ସ ୱାର୍କରଙ୍କ ସଂଘର୍ଷ ଦେଖାଇବାକୁ ଚେଷ୍ଟା କରାଯାଇଛି ।

 

View this post on Instagram

 

A post shared by Netflix US (@netflix)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.