Below header

ରାଜ୍ଯରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା: ୪ମୃତ, ତିନି ଗୁରୁତର

ବାଲେଶ୍ୱର/ଢେଙ୍କାନାଳ: ଟ୍ରକ ପଛରେ ପିଟି ହେଲା ସ୍କର୍ପିଓ। ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର। ବାଲେଶ୍ୱର ଜିଲ୍ଲା ସୋର ୧୬ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ହେି ଦୁର୍ଘଟଣା ଘଟିଛି। ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ କଟକ ଯାଉଥିବାବେଳେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରଲରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋର ଓ ପରେ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତକ ଦୁଇ ଜଣ ପଶ୍ଚିମବଙ୍ଗର। ସ୍କର୍ପିଓ ଡ୍ରାଇଭରକୁ ସୋର ପୋଲିସ ଅଟକ ରଖି ପଚରାଉଚରା କରୁଛି।

ସେହିପରି, ଟ୍ରକ,କାର ମୁହାଁମୁହିଁ ଧକ୍କାରେ ଦୁଇ ମୃତ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଘାଗରାମୁଣ୍ଡା ଛକରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଯୋଗୁ କାର୍‌ରେ ଥିବା ଦୁଇଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। କାର୍‌ଟି ଖମାରରୁ ଅନୁଗୁଳ ସ୍ଥିତ ନାଲ୍‌କୋ ଯାଉଥିବା ବେଳେ ଟ୍ରକଟି ତାଳଚେର ଆଡୁ ଖମାର ଆଡକୁ ଯାଉଥିଲା। କାର୍‌ରେ ଥିବା ୩ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଜଣେ ଗୁରୁତର ଆହତ ହୋଇଥିବା ବେଳେ, ଟ୍ରକ ଚାଳକ ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି। ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.