ଧୋନିଙ୍କ ସମକକ୍ଷ କେହି ବି ହୋଇପାରିବେ ନାହିଁ : ରୋହିତ ଶର୍ମା

ଚଳିତ ବର୍ଷର ଆଇପିଏଲ ମ୍ୟାଚ ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବା ନେଇ ସ୍ଥିର ହୋଇଯାଇଛ । ବର୍ତ୍ତମାନ ସମୟରେ ଜାରି ରହିଥିବା କୋଭିଡ ମହାମାରୀ କାରଣରୁ ଖେଳାଳି ମାନେ ଦୀର୍ଘ ଦିନ ହେବ ମୈଦାନକୁ ଓଲ୍ହାଇ ନାହାନ୍ତି କିନ୍ତୁ ସୋସିଆଲ ମିଡ଼ିଆ ଜରିଆରେ ନିଜ ନିଜ ଫ୍ୟାନ୍ସ ମାନଙ୍କ ସହ ସମ୍ପର୍କ ଯୋଡିବା କମ କରିନାହାନ୍ତି ରବିବାର ଫ୍ରେନ୍ଡସିପ ଡ଼େ ଅବସରରେ କ୍ରିକେଟର ତଥା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଟ୍ୱିଟର ଜରିଆରେ ନିଜ ଫ୍ୟାନ୍ସ ମାନଙ୍କ ସହ ଏକ ଖାସ ଅନ୍ଦାଜରେ ଫ୍ରେଣ୍ଡସିପ ଡେ ସେଲିବ୍ରେଟ କରିଛନ୍ତି ରୋହିତ ନିଜ ଫ୍ୟାନ୍ସଙ୍କ ସହ ଏକ “ପ୍ରଶ୍ନ ଉତ୍ତର ସେସନ” କରିଥିଲେ ଏହି ସମୟରେ ସେ ଫ୍ୟାନ୍ସ ମାନେ ପଚାରୁ ଥିବା ପ୍ରଶ୍ନ ଗୁଡିକର ଉତ୍ତର ଟ୍ୱିଟର ଆକାଉଣ୍ଟରେ ଭିଡିଓ ମାଧ୍ୟମରେ ଦେଉଥିଲେ ଏଭିତରେ ଧୋନିଙ୍କୁ ନେଇ ଏକ ପ୍ରଶ୍ନ ପଚରା ଯାଇଥିଲା ଏହି ପ୍ରଶ୍ନର ଉତ୍ତରରେ ରୋହିତ କହିଥିଲେକି, ଏମଏସ ଧୋନିଙ୍କ ପରି ହେବା କେବଳ ଖାଲି ଯେ କଠିନ ତାହା ନୁହେଁ, ଏକ ପ୍ରକାର ଅସମ୍ଭବ

କିଛି ଦିନ ତଳେ ହିଁ ଟିମ ଇଣ୍ଡିଆର ସିନିୟର ବ୍ୟାଟ୍ସମ୍ୟାନ ସୁରେଶ ରାଇନା ରୋହିତଙ୍କ କ୍ୟାପଟେନସିପର ତୁଳନା ଏମଏସ ଧୋନିଙ୍କ ସହ କରିଥିଲେ । ଏହି କରଣରୁ ହିଁ ଫ୍ୟାନ୍ସ ମାନେ ରୋହିତଙ୍କୁ ପ୍ରଶ୍ନ କରିଥିଲେକି, ଆପଣଙ୍କ କ୍ୟାପଟେନ ସିପରେ ଏମିତି କଣ ଖାସ ଅନ୍ଦାଜ ଅଛି ଯେ, ଯାହାର ତୁଳନା ଏମଏସ ଧୋନିଙ୍କ ସହ କରାଯାଉଛି ଏହାର ଜବାବରେ ରୋହିତ କହିଥିଲେକି, ହଁ ମୁଁ ସୁରେଶ ରୈନାଙ୍କ ଏହି କମେଣ୍ଟ ବାବଦରେ ଶୁଣିଥିଲି କିନ୍ତୁ ଏମଏସ ଧୋନି ହେଉଛନ୍ତି ଜଣେ ଭିନ୍ନ ଧରଣର ଖେଳାଳି ତାଙ୍କ ପରି ଆଉ କେହି ବି ହୋଇପାରିବେ ନାହିଁ ମୋ ମତରେ ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ଏପରି ତୁଳନା ଆଦୌ କରାଯିବା ଉଚିତ ନୁହେଁ ପ୍ରତି ବ୍ୟକ୍ତିଙ୍କର ନିଜ ନିଜର ଏକ ସ୍ପେଶାଲ ଅନ୍ଦାଜ ରହିଛି କହିରଖିବା ଉଚିତ ରୋହିତ ହେଉଛନ୍ତି ଆଇପିଏଲର ସବୁଠୁ ସଫଳ ଖେଳାଳି ତାଙ୍କ କ୍ୟାପଟେନ ସିପରେ ହିଁ ମୁମ୍ବାଇ ଇଂଡିଆନ୍ସ ଚାରି ଚାରି ଥର ଆଇପିଏଲ ଜିତିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.