Below header

୪ ଓଭରଲୋଡ଼ିଂ ହାଇୱା ଜବତ, ବେଆଇନ ଭାବେ ଚିପ୍ସ ଓ ବାଲି ନେଉଥିଲେ

ବେଆଇନ ଭାବେ ଓଭରଲୋଡ଼ିଂ କରି ଚିପ୍ସ ଓ ବାଲି ନେଉଥିବା ୪ଟି ହାଇୱା ଜବତ କରିଛି ଆନନ୍ଦପୁର ପୋଲିସ। ଆଜି ଭୋର ସମୟରେ ଆନନ୍ଦପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଚୋରଗାଡ଼ିଆ ଛକ ନିକଟରେ ଚାରୋଟି ହାଇୱାକୁ ଅଟକ ରଖି ତଦନ୍ତ କରିଥିଲେ । 

ଆନନ୍ଦପୁର : ବେଆଇନ ଭାବେ ଓଭରଲୋଡ଼ିଂ କରି ଚିପ୍ସ ଓ ବାଲି ନେଉଥିବା ୪ଟି ହାଇୱା ଜବତ କରିଛି ଆନନ୍ଦପୁର ପୋଲିସ। ଆଜି ଭୋର ସମୟରେ ଆନନ୍ଦପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଚୋରଗାଡ଼ିଆ ଛକ ନିକଟରେ ଚାରୋଟି ହାଇୱାକୁ ଅଟକ ରଖି ତଦନ୍ତ କରିଥିଲେ ।

ସବୁଗୁଡିକ ବେଆଇନ ଭାବେ ଚିପ୍ସ ଓ ବାଲି ଓଭରଲୋଡ଼ିଂ କରି ନେଉଥିବା ଦେଖିବାକୁ ପାଇଥିଲା ପୋଲିସ। ସମସ୍ତ ଚାରୋଟି ଗାଡିକୁ ଜବତ କରି ଥାନା ପରିସରରେ ରଖାଯାଇଥିବା ବେଳେ କାଗଜପତ୍ର ନେଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.