ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ଥରେ କି ୨ ଥର ନୁହେଁ ୮ ଥର ଟ୍ରାକ୍ଟର ଚଢାଇ ନିର୍ମମ ଭାବେ ମାରିଦେଲେ..

ସମ୍ପତି ଲୋଭରେ ହିତାହିତ ଜ୍ଞାନ ହରାଇବସିଥିବା ଲୋକଟି ଟ୍ରାକ୍ଟର କୁ ଦ୍ରୁତ ଗତିରେ ଆଣି ବ୍ୟକ୍ତିଙ୍କ ଉପରେ ଥରେ କି ଦୁଇ ଥର ନୁହେଁ ବାରମ୍ବାର ଚଢ଼ାଉଥିଲା, କିନ୍ତୁ ଦୁଃଖର କଥା ଯେ କେହି କିଛି କରି ପାରୁ ନଥିଲେ ।

ଦିନ କୁ ଦିନ ନୃସଂଶତାର ସବୁ ସୀମା ପାର କରୁଛି ଏ ଭଳି ହୀନ ମଣିଷ .. ଲୋଭ ପାଇଁ ମାନବିକତା ଭୁଲିଯାଉଛି..ଏଇ ଘଟଣାରେ ଠିକ ସେମିତି କିଛି ହେଉଛି ସାମାନ୍ୟ ଝଗଡ଼ାରୁ ଆରମ୍ଭ ହେଲା ମହାଭାରତ.. ବିବାଦ ଏତେ ଆଗକୁ ବଢିଗଲା ଯେ ମାରିବାକୁ ବି ପଛେଲେନି ଏମାନେ.. ସିଧା ଗାଡି ନେଇ ଚଢ଼ାଇଦେଲେ..ଜମି କୁ ନେଇ ଝଗଡ଼ା ଆରମ୍ଭ ହେଲା … ତାପରେ ଚାଲିଲା ଘମାଘୋଟ ଲଢ଼େଇ.. ଏହି ଝଗଡା ଏପରି ଭୟଙ୍କର ରୂପ ନେଇଥିଲା ଏଥିରେ ଜଣେ ବ୍ୟକ୍ତିଙ୍କୁ ପରିବାର ଲୋକଙ୍କ ସାମ୍ନାରେ ଥରେ କି ୨ ଥର ନୁହେଁ ୮ ଥର ଟ୍ରାକ୍ଟର ଚଢାଇ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ରାଜସ୍ଥାନର ଭରତପୁରରୁ ଏପରି କଷ୍ଟଦାୟକ ଘଟଣା ସାମ୍ନାକୁ ଆସିଛି… ଏଠାରେ ଦୁଇ ପକ୍ଷ ମଧ୍ୟରେ ବିବାଦୀୟ ଜମିକୁ ନେଇ ଝଗଡା ହୋଇଥିଲା । ପରିବାର ଲୋକମାନେ ସେହି ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ବହୁତ ଚେଷ୍ଟା କଲା ପରେ ବିଫଳ ହୋଇଥିଲେ । ସମ୍ପତି ଲୋଭରେ ହିତାହିତ ଜ୍ଞାନ ହରାଇବସିଥିବା ଲୋକଟି ଟ୍ରାକ୍ଟର କୁ ଦ୍ରୁତ ଗତିରେ ଆଣି ବ୍ୟକ୍ତିଙ୍କ ଉପରେ ଥରେ କି ଦୁଇ ଥର ନୁହେଁ ବାରମ୍ବାର ଚଢ଼ାଉଥିଲା, କିନ୍ତୁ ଦୁଃଖର କଥା ଯେ କେହି କିଛି କରି ପାରୁ ନଥିଲେ ।

କିଛି ଲୋକ ତ ସେଠି ଛିଡା ହୋଇ ଘଟଣାର ଭିଡିଓ କରୁଥିଲେ ଯାହା କି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜମି ବାଡି ବିବାଦକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦରେ ୧୨ ଜଣ ଲୋକ ଗୁରୁତର ବି ହୋଇଛନ୍ତି । ସମସ୍ତଙ୍କର ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏହି ଘଟଣା ଭୟାନା ଥାନା ଅଡ୍ଡା ଗ୍ରାମରେ ଘଟିଥିଲା। ମିଳିଥିବା ସୂଚନା ଅନୁସାରେ ଗାଁରେ ବାହାଦୂର ସିଂ ଗୁର୍ଜର ଓ ଅତର ସିଂ ଗୁର୍ଜର ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡି ବିବାଦ ଲାଗି ରହିଥିଲା ।

ଏହି ଦୁଇ ପରିବାର ମଧ୍ୟରେ ୩ ଦିନ ତଳେ ବଡ ଧରଣର ଝଗଡା ହୋଇଥିଲା । ଏହି ବିବାଦକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ବି ହୋଇଥିଲା । ପୋଲିସ ଉଭୟ ପକ୍ଷର ୨୨ ଜଣଙ୍କ ଉପରେ ବିବାଦୀୟ ଜମିକୁ ନ ଯିବାକୁ ପ୍ରତିବନ୍ଧ ଲଗାଇଥିଲେ । କିନ୍ତୁ ବୁଧବାର ବାହାଦୂର ସିଂ ଗୁର୍ଜର ପକ୍ଷର ଲୋକମାନେ ବିବାଦୀୟ ଜମିକୁ ଟ୍ରାକ୍ଟର ନେଇ ଯାଇଥିଲେ । ଏହି ଖବର ଅତର ସିଂହ ଗୁର୍ଜର ପରିବାରର ଲୋକଙ୍‌କ ପାଖରେ ପହଞ୍ଚି ଯାଇଥିଲା । ସେମାନେ ଏହାର ବିରୋଧ କରିବାରୁ ଭୟଙ୍କର ଝଗଡା ଆରମ୍ଭ ହୋଇଥିଲା । ଯେତେବେଳେ ୪୫ ବର୍ଷୀୟ ନିର୍ପାଠ ସିଂହ ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରୁଥିଲା ସେତେବେଳେ ଚାଳକ ତାଙ୍କ ଉପରେ ଟ୍ରାକ୍ଟର ଚଢାଇ ଅତି ନିର୍ମମ ଭାବରେ ହତ୍ୟା କରିଥିଲା । ଥରେ କି ୨ ଥର ନୁହେଁ ୮ ଥର ଟ୍ରାକ୍ଟର ଚଢାଇ ତାଙ୍କୁ ମାରିଥିଲେ..ଏହି କ୍ଲିପ ଏବେ ସବୁଠି ଦେଖି ନିନ୍ଦା କରାଯାଉଛି .. ସମ୍ପତି ଲୋଭରେ ମଣିଷ ଏବେ କେଉଁ ସ୍ତରକୁ ଯାଉଛି ତାକୁ ଦେଖିଲେ କଷ୍ଟ ଲାଗିବ ସ୍ୱାଭାବିକ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.