Below header

ବିଶାଖାପାଟଣା ଦାମୁକୁ ନିକଟରେ ଭାରସାମ୍ୟ ହରାଇ ୮୦ ଫୁଟ ତଳକୁ ଖସିଲା ମିନି ବସ୍‌: ୪ ଯାତ୍ରୀଙ୍କ ମୃତ୍ୟୁ, ୧୯ ଗୁରୁତର

ଜୟପୁର: ଘାଟିରେ ଓଲଟିଲା ବସ୍‌ , ୪ ଯାତ୍ରୀଙ୍କ ମୃତ୍ୟୁ । ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ବିଶାଖାପାଟଣା ଜିଲ୍ଲା ଦାମୁକୁ ଗାଁ ନିକଟରେ ମିନି ବସ୍‌ ଦୁର୍ଘଟଣାଗ୍ରସ୍ତ । ବସ୍‌ରେ ଥିବା ୪ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୧୯ ଜଣ ଗୁରୁତର ହୋଇଛନ୍ତି । ତେଲେଙ୍ଗାନାରୁ ଏକ ମିନି ବସ୍‌ ଆରୁକୁ, ବର୍ରା ଗୁମ୍ଫା ଅଭିମୁଖେ ଯାଉଥିଲା । ବସ୍‌ରେ ମୋଟ ୨୩ ଜଣ ଯାତ୍ରୀ ଥିଲେ ।

ଗୁମ୍ଫାକୁ ଯାଉଥିବାବେଳେ ଦାମୁକୁ ଗାଁ ନିକଟ ୫ ନମ୍ବର ହେର୍‌ପିନ୍‌ ବୁଲାଣି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ୮୦ ଫୁଟ୍‌ ତଳକୁ ଖସିପଡିଥିଲା । ଗୁରୁତର ଯାତ୍ରୀଙ୍କୁ ଏସ୍‌.କୋଟା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ଵିଟ୍‌ କରି ମୃତକଙ୍କ ପରବାରକୁ ସମବେଦନା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.