ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ, ଅନଲାଇନ୍ ଟିକେଟ୍ କରି ଗୋଟିଏ ସ୍ଲଟରେ ବୁଲିପାରିବେ ୧୦୦ ପର୍ଯ୍ୟଟକ

ନୂଆଦିଲ୍ଲୀ: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ। ଅନଲାଇନ୍ ଟିକେଟ୍ କରି ଗୋଟିଏ ସ୍ଲଟରେ ବୁଲିପାରିବେ ୧୦୦ ପର୍ଯ୍ୟଟକ। ଗତକାଲି ଉଦ୍ୟାନ ଉତ୍ସବକୁ ଉଦଘାଟନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମୋଗଲ ଗାର୍ଡେନରେ ଦେଶୀ ବିଦେଶୀ ବହୁ ପ୍ରକାର ଫୁଲ ରହିଛି।
ଆଜିଠୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକ ୧୦ଟାରୁ ୫ଟା ଯାଏଁ ଗାର୍ଡେନରେ ବୁଲି ମଜା ଉଠାଇପାରିବେ ଦର୍ଶକ। ସରକାରୀ ଛୁଟି ବ୍ୟତୀତ ପ୍ରତି ସୋମବାର ଗାର୍ଡେନ ବନ୍ଦ ରହିବ। ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରଯାଇଛି। ଏହା ବ୍ୟତୀତ ଥଣ୍ଡା , କାଶ ଥିବା ପର୍ଯ୍ୟଟକଙ୍କୁ ଗାର୍ଡେନରେ ବୁଲିବାକୁ ଅନୁମତି ମିଳିବନି।