Below header

ମୟୂରଭଞ୍ଜ: ଗାଡି ସାଇଡମରାକୁ କେନ୍ଦ୍ର କରି ବିଚ୍‌ ରାସ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା

ମୟୂରଭଞ୍ଜ (କେନ୍ୟୁଜ୍): ଯୁବକଙ୍କୁ ପିଟିପିଟି ହତ୍ୟା। ଗାଡି ସାଇଡମରାକୁ କେନ୍ଦ୍ର କରି ବିଚ୍‌ ରାସ୍ତାରେ ପିଟିପିଟି ହତ୍ୟା। କାରରୁ ଟାଣି ଆଣି ପିଟିପିଟି ମାରିଲେ ୪ ଯୁବକ। ମୟୂରଭଞ୍ଜ କପ୍ତିପଦା ଥାନା ନୂଆସାହି ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ହେଲେ ବିଜେପିର ଜିଲ୍ଲା ପ୍ରଭାରୀ ରଞ୍ଜିତ ପ୍ରଧାନ। ଗତକାଲି ରଞ୍ଜିତ ନିଜ ଶ୍ୱଶୁର ଘର କପ୍ତିପଦା ଥାନା ନୂଆସାହି ଅଞ୍ଚଳକୁ ଆସିଥିଲେ। ନିଜ ଶ୍ୱଶୁର ଘର ସମ୍ମୁଖରେ କାରକୁ ଗୋଟିଏ ସାଇଡ୍‌ରୁ ଅନ୍ୟ ସାଇଡ୍‌କୁ ନେଉଥିଲେ। ଏହି ସମୟରେ ବିପରୀତ ଦିଗରୁ ୪ଜଣ ଯୁବକ ବାଇକରେ ଆସି ହତାଠ୍‌ କାରକୁ ଅଟକାଇ ରଞ୍ଜିତଙ୍କୁ ଗାଡି ବାହାରକୁ ଟାଣି ଆଣି ପିଟିଥିଲେ।

ସେ ଚେତାଶୂନ୍ୟ ହୋଇପଡିବାରୁ ୪ ଜଣ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଶ୍ୱଶୁର ଘର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣଙ୍କୁ ଗୁରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.