ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍‌

କେନ୍ୟୁଜ୍(ବ୍ୟୁରୋ): ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍‌ । କେନ୍ଦ୍ର ଗୃହ ବିଭାଗ ଯୁଗ୍ମ ସଚିବଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍‌ ଆସିବ । ଅଧିକ ପ୍ରଭାବିତ ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଗସ୍ତ କରିବ ଟିମ୍‌ । ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ବୁଲି ସମୀକ୍ଷା କରିବେ । ପରେ କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ ଟିମ୍‌ । କ୍ଷୟକ୍ଷତି ଆକଳନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.